ପ୍ରଦୀପଙ୍କ ପାଣିଗ୍ରାହୀ ଙ୍କ ଘରୁ ୧.୪୪ କେଜି ସୁନା ଜବତ କଲା ଭିଜିଲାନ୍ସ

ଗତକାଲି ସକାଳ ୬ ଟାରୁ ଅତର୍କିତ ଭାବରେ ବିଜେଡି ର ବହିସ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା I ମିଳିଥିବା ସୂଚନା ଅନୁଯାୟୀ,ଭିଜିଲାନ୍ସ ଚଢାଉ ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ୧୪ଶହ ୪୦ ଗ୍ରାମର ସୁନା ଗହଣା । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ଜବତ ହୋଇଛି । ସେହିଭଳି ତାଙ୍କର ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଛି। ଚଢ଼ାଉ ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହି କାଗଜପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଚଢାଉ ବେଳେ ମିଳିଥିବା ଜରୁରୀ କାଗଜପତ୍ରର ଛାନଭିନ୍ କରିବେ ଚାର୍ଟାର୍ଡ ଆକାଉଣ୍ଟାଟ । ବ୍ୟାଙ୍କିଙ୍ଗ କନସଲଟାଣ୍ଟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ ।

ତାଙ୍କର ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିମଧ୍ୟରେ ଥିଲା ତାଙ୍କର ସଂପର୍କୀୟ ଓ ସହଯୋଗୀଙ୍କ ଘର। ତାଙ୍କର ଖୁବ୍ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି ଓ ୧୭ ଜଣ ଡିଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

ରବିବାର ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସକାଳ ସାଢ଼େ ୭ଟାରେ ଚଢ଼ାଉ କରାଯାଇଥିଲା। ଦୀର୍ଘ ୨୩ ଘଣ୍ଟା ଧରି ଏପରିକି ରାତି ସାରା ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଜେରା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ଝିଅ, ଝିଆରୀ, ଶାଶୁ ଓ ପୁତୁରା ଉପସ୍ଥିତ ଥିଲେ । ଆଜି ସକାଳ ୬ଟାରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ବାହାରିଥିଲେ।


Comments (0)
Add Comment