ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଲ୍ୟାମ୍ପସ ଏମଡ଼ି (ପ୍ରବନ୍ଧ ନିର୍ଦ୍ଦେଶକ) ତାରିଣୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ଭିଜିଲାନ୍ସର ଏକ ୬ ଜଣିଆ ଟିମ୍ ତାଙ୍କ ଜିଲୁଣ୍ଡା ସ୍ଥିତ ବାସଭବନରେ ଏହି ରେଡ୍‌ କରିଛି। ଏହି ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ବିଭାଗର ଏକ ବିଶେଷ ୬ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଏମଡ଼ି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି। ଚଢ଼ାଉ ସମୟରେ ତାଙ୍କର ଜମିବାଡ଼ି, ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଏବଂ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରାଯାଉଛି।