ଭିଜିଲାନ୍ସ ଜାଲରେ ଓଏଏସ୍ ବାବୁ, ଲାଞ୍ଚ ନେବାବେଳେ ଧରା ପଡିଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓଏଏସ୍ ବନମାଳୀ ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବାଲିପଦର ଛକ ଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ଟଙ୍କା ସହ ଓଏଏସ୍‌ ବାବୁ ଧରାପଡିବା ପରେ ତାଙ୍କ ଅଫିସ୍, କ୍ୱାର୍ଟର ଓ କବିସୂର୍ଯ୍ୟନଗର ଠାରେ ଥିବା ଦୁଇଟି ବାସଭବନରେ ରେଡ୍ ହୋଇଛି l ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଏଏସ୍‌ଆଇ ମିଶି ୮ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି ।