ଶିବନାରାୟଣ ପାଲଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ, ୫ ଲକ୍ଷ ଟଙ୍କା ଜୋରିମାନା

କଟକ: କଟକ ଜିଲ୍ଲା ବଡମ୍ବା ଗ୍ରାମ୍ୟ କାର୍ଯ୍ୟ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତଥା ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୨ରୁ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶିବନାରାୟଣ ପାଲଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଖବର ଅନୁଯାୟୀ, ଶିବନାରାୟଣ ପାଲଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାର ଶୁଣାଣି ପରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶିବନାରାୟଣ ପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହାସହ ଶିବନାରାୟଣ ପାଲଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ। ଓଡ଼ିଶା ଭିଜିଲାନ୍ସର ଏହି ସଫଳତା ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ମଜବୁତ କରୁଛି |