ରାୟଗଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଘରେ ଚଢାଉ ହୋଇଛି। ବ୍ରହ୍ମପୁରର ୬ଟି ସ୍ଥାନରେ ଏବଂ ରାୟଗଡ଼ା ରୋହିତ କଲୋନୀରେ ଏକକାଳୀନ ଚଢାଉ ହୋଇଛି । ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୫ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ଅଛନ୍ତି। ବେରହମପୁରର ଲୋଚାପଡା, ସାଉଣ୍ଡରିଆ ନାଗରଠାରେ ଥିବା ଆବାସିକ ତ୍ରିଗୁଣ ମହଲା କୋଠା, ଗଞ୍ଜାମର ଜଗନ୍ନାଥପ୍ରସାଦ, ଥୋଲାଣ୍ଡା ବାଡା ଦାଣ୍ଡ ସାହିରେ ଥିବା ତାଙ୍କ ଘର , ଗଞ୍ଜାମର ବୁଗୁଡ଼ାର ବାଲି ପିଣ୍ଡି ସାହି ଓ ପଙ୍କଲ ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର। ବ୍ରହ୍ମପୁରର କମଲପୁର, ଗୋଲାନନ୍ଦଥିବା ତାଙ୍କ ଶାଶୁଙ୍କ ଘର । ରାୟଗଡ଼ାର ରୋଇଟ୍ କଲୋନୀରେ ଶ୍ରୀ ନାୟକଙ୍କ ଭଡା ଘର,କୋଲନାରା ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ଚଢାଉ ହୋଇଛି ।