ଆଜି ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଲାଇ ଡିଟେକ୍ସନ ଟେଷ୍ଟ ଉପରେ ଭରସା କରିଛି କ୍ରାଇମବ୍ରାଞ୍ଚ । ଶନିବାର ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କର ହେଉଛି ଲାଇ ଡିଟେକ୍ସନ ଟେଷ୍ଟ I
ସୋମବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରିବ ବୋଲି ସୂଚନା ମିଳିଛି। ପଚରାଉଚରା ବେଳେ ବିଦ୍ୟାଭରତୀ ଯେଉଁସବୁ ତଥ୍ୟ ଦେଇଥିଲେ ସେଥିରେ କେତେ ସତ୍ୟତା ରହିଛି ଲାଏ ଲାଇ ଡିଟେକ୍ସନ ଟେଷ୍ଟ ତାହାର ପରୀକ୍ଷା ହେବ । ଶନିବାର ରାଜ୍ୟ ଫରେନସିକ୍ ଲ୍ୟାବରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରାୟ ୨ଘଣ୍ଟା ଧରି ୧୦୦ରୁ ଅଧିକ ପ୍ରଶ୍ନର ସାମ୍ନା କରିଥିଲେ ଡିଏଫଓ ।
ଡିଏଫଓଙ୍କ ସହ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏସିଏଫ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓ ଙ୍କ ସଂପର୍କ କଣ । କେତେ ଦିନ ଆଗରୁ ବିଦ୍ୟାଭାରତୀଙ୍କ ସହ ପରିଚୟ ହୋଇଥିଲା । ସୌମ୍ୟ ପୋଡି ହେବା ଘଟଣା ଦିନ ଡିଏଫଓ କେତେବେଳେ ଖବର ପାଇଲେ । ଖବର ପାଇବା ପରେ କେତେ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ କେତେ ସମୟ ରହିଥିଲେ । ଏମିତି ପ୍ରଶ୍ନ କରି ଉତ୍ତର ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । ଖବର ରୁ ଜଣ ପଡିଛି ବିଦ୍ୟାଭାରତୀ ତାଙ୍କ ବାପା ଙ୍କ ସହିତ କ୍ରାଇମବ୍ରାଞ୍ଚ ନିକଟରେ ଉପସ୍ଥିତ ହୋଇଛନ୍ତି ଇ ବର୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ତଥ୍ୟ ପ୍ରକାଶ ପାଇନାହିଁ I

Comments (0)
Add Comment