ସୌମ୍ୟ ମୃତ୍ୟୁ ମାମଲା ରେ ବିଦ୍ୟାଭାରତୀ ଙ୍କୁ ପୁଣି ପଚରା ଉଚରା କଲା ପୋଲିସ

ପାରଳାଖେମୁଣ୍ଡିର ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଙ୍କ ନିଆଁ ରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ୨୨ ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ଉଠାଇ ପାରୁନି ପାରଳାଖେମୁଣ୍ଡି ପୁଲିସ୍‌ ସେଥିପାଇଁ ପରିବାର ଲୋକ ଙ୍କ ଅସନ୍ତୋଷ ଲାଗି ରହିଛି । ପରିବାର ଲୋକେ ସିଧାସଳଖ ପାରଳାଖେମୁଣ୍ଡି ପୁଲିସ୍‌ ର ତଦନ୍ତ ର ଅବହେଳା କୁ ଦାୟୀ କରିଛନ୍ତି I କିପରି ସୌମ୍ୟ ଙ୍କ ମୃତ୍ୟୁ ହେଲା, ଦୁର୍ଘଟଣାଜନିତ ନା ପୂର୍ବ ଯୋଜନା ମୁତାବକ ଘଟଣା ଘଟିଛି, ତାହା ଏ ପର୍ଯ୍ୟନ୍ତ ସନ୍ଦେହ ରେ ଅଛି । ଏହି ଘଟଣାର ତଦନ୍ତ ପାଇଁ ବିଦ୍ୟାଭାରତୀଙ୍କ ଘରେ ପୁଣି ଥରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ୍‌ ଟିମ୍।
ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କପ୍ତିପଦା ଥାନା ଅଧିକାରୀ ଙ୍କୁ ଯୋଗାଯୋଗ କରିଛନ୍ତି ଏବଂ ବିଦ୍ୟାଭାରତୀଙ୍କ ଗୌଡ଼ ଗାଁରେ ପହଞ୍ଚିଥିବା ଜଣାଯାଇଛି। ଏହି ଟିମ୍‌ ପୂର୍ବରୁ ମଧ୍ୟ ଥରେ ବିଦ୍ୟାଭାରତୀଙ୍କୁ ପଚାରି ସାରିଥିବା ବେଳେ ସୌମ୍ୟ ଙ୍କ ପରିବାର ଲୋକେ ଦାବି କରୁଛନ୍ତି କି ବିଦ୍ୟାଭାରତୀ ଙ୍କୁ ଘରେ ପଚରା ଉଚରା ନ କରି ଥାନା ରେ କଲେ ସବୁ ସତ କଥା ପଦାକୁ ବାହାରିବ I ସୌମ୍ୟ ଙ୍କ ପରିବାର ଲୋକେ ଏହା ମଧ୍ୟ କହିଛନ୍ତି କି ବିଦ୍ୟାଭାରତୀଙ୍କ ସହିତ ତାଙ୍କ ,ମା ,ବାପା,ତାଙ୍କୁ ଆଣିବାକୁ ଯାଇଥିବା ଗାଡି ର ଡ୍ରାଇଭର ଏବଂ ବିଭିନ୍ନ ଆଡୁ ଶୁଣାଯାଉଥିବା ଅକ୍ଷୟ ଙ୍କ ସହିତ ଜ୍ୟୋତି ନାମ ଧାରୀ ବ୍ୟକ୍ତି ଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସର ଭୁକ୍ତ କରିବା ଦରକାର I ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ।

Comments (0)
Add Comment