ନୂଆଦିଲ୍ଲୀ: ହଠାତ୍ ବିଗିଡ଼ିଗଲା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା । ଯାହା ପରେ ତାଙ୍କୁ ବିଳମ୍ବିତ ରାତିରେ ଏମ୍ସରେ ଭର୍ତ୍ତି କରିବାକୁ ପଡିଲା। ଗତକାଲି ରାତି ପ୍ରାୟ ୨ଟା ସମୟରେ ଉପରାଷ୍ଟ୍ରପତି ଧନଖଡ଼ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ୭୩ ବର୍ଷୀୟ ଧନଖଡ଼ଙ୍କୁ ରାତି ପ୍ରାୟ ୨ଟା ବେଳେ ହସ୍ପିଟାଲକୁ ନିଆଯାଇଥିଲା । ଏମ୍ସର ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଥିଲା। ଏବେ ଧନଖଡ଼ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ଏମ୍ସ ସୂଚନା ଦେଇଛି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଉପରାଷ୍ଟ୍ରପତିଙ୍କ ଚିକିତ୍ସା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି। ସେ ବର୍ତ୍ତମାନ ଏହି ବୋର୍ଡର ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳର ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି । ଉପରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଖବର ପାଇବା ପରେ ଏମ୍ସରେ ପହଞ୍ଚିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖୁବ୍ ଶୀଘ୍ର ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି । ଜଗଦୀପ ଧନଖଡ଼ ହେଉଛନ୍ତି ଭାରତର ବର୍ତ୍ତମାନର ଉପରାଷ୍ଟ୍ରପତି। ସେ ୧୧ ଅଗଷ୍ଟ ୨୦୨୨ରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ସେ ଜଣେ ଓକିଲ ଏବଂ ସାମାଜିକ କର୍ମୀ ମଧ୍ୟ ।