ଆଜି ଏକାଧିକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଗତକାଲିର ବର୍ଷା ସବୁ ଜିଲ୍ଲାକୁ ବେହାଲ କରିଛି । ତେବେ ଆଜି ମଧ୍ୟ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜିଲ୍ଲାରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ିକୁ ନେଇ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୱାଣ୍ଣିଂ ଜାରି ଜରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ODISHA