ଜୀବନକୁ ବିଳାସପୂର୍ଣ୍ଣ ଏବଂ ବୈବାହିକ ଜୀବନରେ ସୁଖ ଶାନ୍ତି ପ୍ରଦାନ କରିଥାନ୍ତି ଗ୍ରହରାଜ ଶୁକ୍ର I ଆସନ୍ତI ଜାନୁଆରୀ ୨୯ ରେ ଶୁକ୍ର ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିବେ Iଶୁକ୍ର ଙ୍କ ର ରାଶି ପରିବର୍ତନ ହେତୁ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିବ I ଏହା ସହିତ ଆର୍ଥିକ ଜୀବନ ମଧ୍ୟ ଉନ୍ନତ ହେବ I ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁକ୍ର ଙ୍କର ର ଏହି ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି I
ମେଷ :ଯେତେବେଳେ ଶୁକ୍ର ମାର୍ଗୀ ହେବାକୁ ଯାଉଛନ୍ତି, ମେଷ ରାଶି ଙ୍କ ଭାଗ୍ୟରେ ଖୁବ ଶୁଭ ଫଳ ପ୍ରଦାନ କରିବେ I ପୈତୃକ ସମ୍ପତ୍ତିରୁ ଲାଭ , ରୋଜଗାର ଏବଂ ବୃତ୍ତିରେ ଅଭିବୃଦ୍ଧି ହେବ I ବ୍ୟବସାୟରେ ଅଟକି ରହିଥିବା ଆର୍ଥିକ କାର୍ଯ୍ୟ ସମାପ୍ତ ହେବ Iସହକର୍ମୀମାନେ କର୍ମକ୍ଷେତ୍ରରେ ସମର୍ଥନ ପାଇବେ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I
ସିଂହ :ଶୁକ୍ର ଙ୍କ ର ରାଶି ପରିବର୍ତ୍ତନ ଦ୍ୱାରା ସିଂହ ରାଶିର ଲୋକ ମାନଙ୍କର ଉନ୍ନତିର ରାସ୍ତା ଫିଟିବ I ନିଜ ଜୀବନ ସାଥି ଙ୍କ ସହିତ ସୁନ୍ଦର ମୁହୂର୍ତ୍ତ ବିତିବ I ଅର୍ଥନୈତିକ ପ୍ରଗାରୀ ଶିଖରରେ ରହିବ I ଏହା ବ୍ୟତୀତ, ଆପଣ ଚାକିରିରେ ପଦୋନ୍ନତିର ଲାଭ କରିବେ I ପିଲାମାନେ ରୋଜଗାରକ୍ଷମ ହେବେ I ବ୍ୟବସାୟରେ ଆର୍ଥିକ ଅଗ୍ରଗତି ହେବ I
କନ୍ୟା : ପରିବାର ସଦସ୍ୟଙ୍କଠାରୁ ଆର୍ଥିକ ଲାଭ ପାଇବେ I ପିତାମାତାଙ୍କ ଠାରୁ ସ୍ନେହ ଏବଂ ଆଶୀର୍ବାଦ ମିଳିବ I ଆପଣ ବିଳାସପୂର୍ଣ୍ଣ ଜୀବନକୁ ଉପଭୋଗ କରିବେ I ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ I ଦରମା ବୃଦ୍ଧି ସାଙ୍ଗକୁ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହେବ I
ମିଥୁନ :ଅବିବାହିତ ମାନାଙ୍କ ପାଇଁ ବିବାହ ଯୋଗ ରହିଛି Iଦାମ୍ପତ୍ୟ ଜୀବନରେ ସୁଖ ରେ କାଟିବ I ସହଭାଗୀ ବ୍ୟବସାୟରୁ ଲାଭ ମିଳିବ I ସ୍ୱାସ୍ଥ୍ୟ ଭଲ ରହିବ I ଯେଉଁମାନେ ଅଳଙ୍କାର ବ୍ୟବସାୟ କରନ୍ତି ସେମାନେ ଅଧିକ ଲାଭ ପାଇବା ସମ୍ଭାବନା ରହିଛି I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I
ଧନୁ : ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ I ନବ ବିବାହିତ ମାନଙ୍କ ଜୀବନ ସୁଖମୟ I ପୂର୍ବରୁ କରିଥିବା ପୁଞ୍ଜି ବିନିଯୋଗରୁ ଆର୍ଥିକ ଲାଭ ହେବ I ଧନଲାଭ ର ଯୋଗ ରହିଛି I ବ୍ୟବସାୟରେ ଉନ୍ନତି ସହିତ ଅଢିଲ ଧାନ ଲାଭ ହେବ I