ବେଦାନ୍ତ ବିଶ୍ବ ବିଦ୍ୟାଳୟ ଜମି ଅଧି ଗ୍ରହଣ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନବନିର୍ମାଣର ଆହ୍ବାନ
୮ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନ ଓ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ I ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ବିଶ୍ବ ବିଦ୍ୟାଳୟ ପାଇଁ ବେଆଇନ୍ ଭାବେ ଅଧିଗ୍ରହଣ ଜମିକୁ ଚାଷୀମାନଙ୍କୁ କାହିଁକି ଫେରସ୍ତ ହୋଇନାହିଁ ୮ ସପ୍ତାହ ମଧ୍ୟରେ ଏହାର ଜବାବଦେବା ପାଇଁ ନୋଟିସ ରେ କୁହାଯାଇଛି I ଗତ ୨୯ ଅଗଷ୍ଟ ୨୦୨୪ରେ ନବନିର୍ମାଣ କୃଷକ ସଂଗଠନ ଦ୍ବାରା ଆଗତ ଏକ ଜନସ୍ବାର୍ଥ ମାମଲାକୁ ବିଚାର କରି ମାନ୍ୟବର ହାଇକୋର୍ଟ ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ବ ବିଦ୍ୟାଳୟ ପାଇଁ ବେଆଇନ୍ ଭାବେ ଚାଷୀ ମାନଙ୍କ ଠାରୁ ଜମି ଅଧିଗ୍ରହଣ ହୋଇଥିବା ଦର୍ଶାଯାଇଥିଲା I

ସୂଚନାନୁସାରେ, ୨୦୦୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବେଦାନ୍ତ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନକୁ ୭,୦୦୦ ଏକର ଜମି ପ୍ରଦାନ କରାଯାଇଥିଲା । ଏଥିସହ ଚାଷୀମାନଙ୍କର ମୂଲ୍ୟବାନ ଜମି ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅମୃତ ମଣୋହିଁ ଜମି ବେଦାନ୍ତ ହାତକୁ ଟେକିଦେଇଥିଲେ। ନବୀନ ସରକାରଙ୍କର ଏହି ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ବେଦାନ୍ତ ବିଶ୍ବ ବିଦ୍ୟାଳୟ ବିରୋଧ ସଂଘର୍ଷ ସମିତ ଆନ୍ଦୋଳନ କରିବା ସହ ଏହି ଜମି ବାତିଲ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
୨୦୧୦ ମସିହାରେ ହାଇକୋର୍ଟ ଉକ୍ତ ପିଟସନକୁ ବିଚାର କରି ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଧେଶକୁ ଚ୍ୟାଲେଞ୍ଚ କରି ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେସନ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟରେ ଉକ୍ତ ମାମଲା ଦୀର୍ଘ ୧୨ ବର୍ଷ ଧରି ଶୁଣାଣି ଚାଲିଥିଲା। ଗତ ୨୫.୫.୨୦୨୪ ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ ଏହି ରାୟ ଯୋଗୁଁ ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ହୋଇପାରି ନଥିଲା। କିନ୍ତୁ ନବୀନ ସରକାର ଅଧିଗୃହୀତ ଜମି ଫେରାଇବା ପାଇଁ କୌଣସି ପଦକ୍ଷପ ନେଇନଥିଲେ, ଫଳରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଭିଜିଲାନ୍ସ ନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ କରାଯାଇ ଚାଷୀମାନଙ୍କୁ ତୁରନ୍ତ ଜମି ଫେରାଇବା ସହ କ୍ଷତିପୂରଣ ଦେବା ପାଇଁ ନିବେଦନ କରାଯାଇଥିଲା।