ବାସ୍ତୁ ଟିପ୍ସ: ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଘରେ ପ୍ରତିଦିନ ଏହି ଉପାୟ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ଧନ ଦେବୀ ମା’ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଏବଂ ଘରେ ସକାରାତ୍ମକତା ଆଣିବା ପାଇଁ ଅନେକ ପ୍ରଭାବଶାଳୀ ପ୍ରତିକାର କୁହାଯାଇଛି I ଯଦି ଏହି ଉପାୟ ଗୁଡିକୁ ଗ୍ରହଣ କରାଯାଏ, ତେବେ ଘରେ ସୁଖ ଏବଂ ସମୃଦ୍ଧି ବଢିବାକୁ ଅଧିକ ସମୟ ଲାଗେ ନାହିଁ I ଭାଗ୍ୟ ର ପରିବର୍ତ୍ତନ ପାଇଁ ଏହି ଉପଚାର ଗୁଡିକ କରନ୍ତୁ ଏବଂ ଆର୍ଥିକ ସ୍ଥିତି ସୁଦୃଢ କରନ୍ତୁ I

ଏହି ଉପଚାରଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ
-ଘରେ ପ୍ରତିଦିନ ପୂଜା ପରେ ଆଳତି କରନ୍ତୁ ଏବଂ ଆଳତିରେ କର୍ପୁର ଜଳାନ୍ତୁ I କର୍ପୁର ଘରେ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକତା ଆଣିଥାଏ I

-ସନ୍ଧ୍ୟାରେ ପୂଜା କରିବାବେଳେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ ଏବଂ ସେଥିରେ ଲବଙ୍ଗ ମଧ୍ୟ ରଖନ୍ତୁ I ଏହା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ I ଏହା କରିବା ଦ୍ୱାରା କ୍ୟାରିଅର ରେ , ବ୍ୟବସାୟ ପ୍ରଗତିର ସମସ୍ତ ବାଧା ଦୂର ହୁଏ ଏବଂ ଜୀବନରେ ସୁଖ ସମୃଦ୍ଧି ଫେରି ଆସିଥାଏ I

-ଯେତେବେଳେ ବି ଆପଣ ରୁଟି ତିଆରି କରନ୍ତି, ପ୍ରଥମେ ତାୱା ରେ କିଛି ଲୁଣ କିମ୍ବା କ୍ଷୀର ଛିଞ୍ଚନ୍ତୁ I ଏହା ସହିତ ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁର କିମ୍ବା କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ Iଏହା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଶୀର୍ବାଦ ଦେଇଥାନ୍ତି I

କରନ୍ତୁ ଏହି ପ୍ରଭାବ ଶାଳୀ ଉପାୟ
ସପ୍ତାହରେ ଥରେ ଗୋଗୁଳ ର ଧୂଆଁ ଘରେ ଦେବା ଅତ୍ୟନ୍ତ ଶୁଭ ଅଟେ Iଏହା ର ବାସ୍ନା ମନକୁ ଶାନ୍ତ କରିବା ସହିତ ଘରେ ସକାରାତ୍ମକତା ଆଣିଥାଏ I ଏହା ବ୍ୟତୀତ ପ୍ରତି ଗୁରୁବାର ତୁଳସୀ ଗଛରେ ଅଳ୍ପ କ୍ଷୀର ମିଶ୍ରିତ ପାଣି ଢIଳନ୍ତୁ I ଏହି ଉପାୟ ରେ ଘରେ , ଆର୍ଥିକ ସ୍ଥିତି ଦ୍ରୁତ ଗତିରେ ଉନ୍ନତି କରିଥାଏ I ସେହିଭଳି ଶନିବାର ଦିନ ଅଶ୍ୱସ୍ଥ ଗଛ ମୂଳରେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ, ଯେଉଁଥିପାଇଁ ଶନି ଏବଂ ମଙ୍ଗଳ ଶୁଭ ଫଳ ପ୍ରଦାନ କରିଥାନ୍ତି Iଅନ୍ୟପକ୍ଷରେ, ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଶୁକ୍ରବାର ଏକ ବିଶେଷ ଦିନ I ଶୁକ୍ରବାର ରାତିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ତାଙ୍କୁ କ୍ଷୀରରେ ତିଆରି ମିଠା ବା ଖିରି ପ୍ରସାଦ ରୂପେ ଭୋଗ ଲଗାନ୍ତୁ I