ବୈଷ୍ଣୋଦେବୀ ମନ୍ଦିର ଦଳାଚକଟା ବଢ଼ିଲା ମୃତାହତଙ୍କ ସଂଖ୍ୟା :୧୪ ମୃତ ,୨୫ ରୁ ଊର୍ଧ୍ୱ ଗୁରୁତର

ନୂଆ ବର୍ଷ ଉପଲକ୍ଷେ ଜମ୍ମୁ ସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିରରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳଚକଟା ରେ୧୪ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ୨୫ ରୁ ଊର୍ଧ୍ୱ ଗୁରୁତର ହେଇଛନ୍ତି ତେବେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି I ସମସ୍ତ ମୃତଦାହତଙ୍କୁ କଟରା ଓ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଗୁରୁତର ମାନଙ୍କୁ ୫୦ହଜାର ତାଙ୍କର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି I
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇ ଠେଲାପେଲା ଆରମ୍ଭ ହୋଇ ଯାଇଥିଲା I ଏହାପରେ ଯିଏ ଯୁଆଡେ ପାରିଲେ ଦୌଡ଼ିଥିଲେ ତେଣୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା I ଏଥିରେ ସର୍ବପ୍ରଥମେ, ୭ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା Iଏହା ପରେ, ଧୀରେ ଧୀରେ ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି I ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ୨୫ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଖବର ସାମ୍ନା କୁ ଆସିଛି I

Comments (0)
Add Comment