ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ : ଶିକ୍ଷକ ମାନଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଗଲା

ଡିସେମ୍ବର ସୁଦ୍ଧା ରାଜ୍ୟରେ ଟିକାକରଣ ସରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ । ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆସାରିଛି । ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି । ମୋଟ ୫୪ % ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଏବେ ୨୮ ଲକ୍ଷ ୫୪ କୋଭିସିଲଡ ଓ ୪ ଲକ୍ଷ ୫୪ ହଜାର ଟିକା କୋଭକ୍ସିନ ଟିକା ମହଜୁଦ ରହିଛି । ଯେଉଁମାନଙ୍କର ଦ୍ବିତୀୟ ଡୋଜ ଟିକା ନେବାର ଅଛି ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକା ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ର ନୋଟିସ ଅନୁସାରେ ଶିକ୍ଷକ ଓ ଦ୍ବିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶିକ୍ଷକ ମାନଙ୍କର ଟିକାକରଣ ଶେଷ କରିବାକୁ କେନ୍ଦ୍ର ସବୁ ରାଜ୍ୟ ମାନଙ୍କୁ ସୂଚନା ଦେଇଛି । ସେହିପରି କେତେ ଶିକ୍ଷକ ଟିକା ନେଇଛନ୍ତି କିମ୍ବା ନେବାକୁ ଅଛନ୍ତି ତାହାର ତଥ୍ୟ ଜିଲ୍ଲା ପ୍ରଶାସନ କୁ ମଗାଯାଇଛି ଇ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କର ଟିକାକରଣ କରାଯାଇଛି ।

Comments (0)
Add Comment