ଆଜିଠାରୁ ଆରମ୍ଭ ହେଲା ୧୫ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ର ଟୀକାକରଣ , ୩୫ ଟି କେନ୍ଦ୍ର ରେ ହେବ

ଓମିକ୍ରନ ସଂକ୍ରମକୁ ଦୃଷ୍ଟିରେ ରଖି ସାରା ଦେଶରେ ଆଜିଠାରୁ କିଶୋର ମାନଙ୍କର ଟୀକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି ଵିଶେହିଁ ଅନୁସାରେ ଓଡ଼ିଶାରେ ମଧ୍ୟ ୧୫ରୁ ୧୮ ବର୍ଷ ବର୍ଗର ଆଜିଠାରୁ ଟିକାକରଣ ଆରମ୍ଭ ହୋଇଛି ଇ ରାଜ୍ୟରେ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବ। ଏହାବାଦ୍‌ ଅନ୍ୟ ଟିକାକରଣ କେନ୍ଦ୍ରରେ ମଧ୍ୟ ପିଲା ଟିକା ନେଇ ପାରିବେ। ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ଦିଆଯିବ ୨୫୦ ଟିକା ଦିଆଯିବ । ଶନିବାର ଠାରୁ ଆରମ୍ଭ ହୋଇ ଥିଲା ରେଜିଷ୍ଟ୍ରେସନ୍‌। ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ। ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ କେବଳ କୋଭାକ୍‌ସିନ ଟିକା ଦିଆଯିବ। ରାଜ୍ୟରେ ୧୫ ଲକ୍ଷ କୋଭାକ୍‌ସିନ୍‌ ଟିକା ମହଜୁଦ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ । ସେହି ଅନୁସାରେ ରାଜ୍ୟରେ ପ୍ରାୟ ୨୩ ଲକ୍ଷ କିଶୋର-କିଶୋରୀ ଟିକା ନେବେ । ଏବଂ ମାସେ ଭିତରେ କିଶୋର ମାନଙ୍କ ଟୀକା କାରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି I ଏହା ବାଦ୍‌ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ । ସ୍ୱତନ୍ତ୍ର ଭାବେ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ । ସେହିଭଳି ୮ ତାରିଖ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଟିକା ନେବେ। ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ବିଦ୍ୟାଳୟ ପରିସରରେ ହେବ। ପ୍ରଥମ ଟିକା ନେବାର ୨୮ରୁ ୪୦ ଦିନ ଭିତରେ ଦ୍ୱିତୀୟ ଡୋଜ୍‌ ନେବାକୁ ପଡିବ।

ଏହାବାଦ ୪ ତାରିଖରୁ ବସ୍ତି ଅଂଚଳରେ କିଶୋରଙ୍କ ଟୀକାକାରଣ ପାଇଁ ବିଏମସି ୱାର୍ଡ ଅଧିକାରୀ ମାନେ ଯାଇ ୫୦ ଟି ଲେଖାଏଁ ବାଣ୍ଟିବେ ଇ ସେହି ଅନୁସାରେ ଟୋକନ ପାଇଥିବା ପିଲାମାନେ କେନ୍ଦ୍ରକୁ ଆସି ଟୋକନ ଦେଖାଇ ଟୀକା ନେଇ ପାରିବେ ଇ ଏଥି ସହିତ ପ୍ରାଇଭେଟ ଆପାର୍ଟମେଣ୍ଟ ଗୁଡିକରେ ବି ଏମ ସି ମୋବାଇଲ ଦଳ ଯାଇ ଟୀକାଦାନ କରିବେ ଇ ୧୮ ରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କ ପାଇଁ ଟୀକାକରଣ ଯଥାରୀତି ଅପରାହ୍ନ ୩ ଟାରୁ ୫ ତା ମଧ୍ୟରେ ନେଇ ପାରିବେ I

Comments (0)
Add Comment