ନରେନ୍ଦ୍ର ମୋଦୀ ଙ୍କ ୭୧ ତମ ଜନ୍ମଦିନ ଅବସର ରେ ରେକର୍ଡ ଭାଙ୍ଗିଲା ଟୀକାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଟୀକାକରଣ ମାଧ୍ୟମ ରେ ଦିଆଯାଇଛି ଶୁଭେଚ୍ଛା ବାର୍ତା I ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଆଜି ଦିନ ୧.୩୫ ମିନିଟ ସୁଦ୍ଧା ମାତ୍ର 6 ଘଣ୍ଟା ମଧ୍ୟରେ ସାରା ଦେଶରେ 1 କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। କୋୱିନ୍‌ ପୋର୍ଟାଲରେ ଜାରି ତଥ୍ୟ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ଗୋଟାଏ ସୁଦ୍ଧା ସାରା ଦେଶରେ ୧ କୋଟି ୭୧ ହଜାର ୭୭୬ ଜଣଙ୍କ ଟିକାକରଣ ସରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନିଜର ଟିକାକରଣ କରାଇ ଦିନଟିକୁ ସ୍ମରଣୀୟ କରିବା ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ଟିକାକରଣରେ ନୂଆ କିର୍ତ୍ତିମାନ ସ୍ଥାପିତ ହୋଇଛି।ବିଭିନ୍ନ ରାଜ୍ୟଙ୍କ ସହ ମିସି ବିଜେପି ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ଲାଗି ବ୍ୟାପକ ଟିକାକରଣ ଅଭିଯାନ ହାତକୁ ନେଇଛି। ଟିକାକରଣରେ ରେକର୍ଡ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ପ୍ରଦାନ କରିଛି ଦଳ। ‘ସେବା ଓ ସମର୍ପଣ ଅଭିଯାନ’ ନାମରେ ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ରାଜ୍ୟରେ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।ପ୍ରତ୍ୟେକ ନାଗରିକଙ୍କ କୋଭିଡ ଟିକା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ। ଏଣୁ ସାରା ଦେଶରେ ନିଶୁଳ୍କ ଟିକାକରଣ ଅଭିଯାନ ଚାଲିଛି।

Comments (0)
Add Comment