ୟୁଜର୍ସ ଙ୍କ ବ୍ୟକ୍ତିଗତ ଡାଟା ଲିକ :ଟ୍ୱିଟର ଉପରେ ୧୫ କୋଟି ଡଲାର ର ଜରିମାନା

ଟ୍ୱିଟର ନାଁରେ ସାଙ୍ଘାତିକ ଅଭିଯୋଗ I ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଟ୍ୱିଟରକୁ ୧୫୦ ମିଲିୟନ ଡଲାର ଜରିମାନା କରାଯାଇଛି। ଏହା ସହିତ କମ୍ପାନୀକୁ ଏହାର ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷା ପାଇଁ ମାନକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ଆମେରିକୀୟ ନ୍ୟାୟ ବିଭାଗ ଏବଂ ସଂଘୀୟ ବାଣିଜ୍ୟ ଆୟୋଗ ଟ୍ବିଟର ବିରୋଧରେ ଅଭିଯୋଗର ସମାଧାନ କରିଛି । ନିୟାମକର ଅଭିଯୋଗ ଯେ, ଟ୍ବିଟର ତାର ୟୁଜରକୁ ଲୁଚାଇ 2011, FTC ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛି। ଏହି ନିର୍ଦ୍ଦେଶ ଅନୁସାରେ କମ୍ପାନୀକୁ ୟୁଜରଙ୍କ ଡାଟା ଏବଂ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷିତ ରଖାଯାଇଥାଏ ।

ସରକାର ଅଭିଯୋଗ ଆଣିଛନ୍ତି ଯେ, ୨୦୧୩ ମେ’ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ବିଟର ୟୁଜରଙ୍କୁ କହିଥିଲା ଯେ ସେ ଆକାଉଣ୍ଟର ସୁରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଫୋନ୍ ନମ୍ବର ଏବଂ ଇମେଲ୍‌ର ତଥ୍ୟ ସଂଗ୍ରହ କରୁଛି । କିନ୍ତୁ କମ୍ପାନୀ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ କମ୍ପାନୀ ସହ ସେୟାର କରିଛି । ଏହି ତଥ୍ୟ ବ୍ୟବହାର କରି ୟୁଜରଙ୍କୁ ଅନଲାଇନ୍ ବିଜ୍ଞାପନ ପଠାଯାଉଥିଲା ।

ନିୟାମକ ବୁଧବାର ଦିନ ଦାୟର ଏକ ମାମଲାରେ ଏହା ମଧ୍ୟ ଅଭିଯୋଗ ଆଣିଛି ଯେ, ଟ୍ବିଟର ମିଛ ଦାବି କରିଥିଲା ଯେ ସେ ୟୁରୋପୀୟ ସଂଘ ଏବଂ ସ୍ବିଜରଲ୍ୟାଣ୍ଡ ସହ ଆମେରିକୀ ଗୋପନୀୟତା ଚୁକ୍ତିର ଅନୁପାଳନ କରିଛି । ଏହି ବିବାଦର ସମାଧାର ପରେ ଟ୍ବିଟରକୁ ୧୫ କୋଟି ଡଲାର ଜରିମାନା କରାଯାଇଛି ।