ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଅଶ୍ୱସ୍ଥ ପତ୍ରରେ କରନ୍ତୁ ଏହି ଅତୁଟ ଉପାୟ

ହିନ୍ଦୁ ଧର୍ମରେ ଅନେକ ଗଛ ଲତାଙ୍କର ପୂଜା କରାଯାଇଥାଏ I ବିଶ୍ୱାସ ରହିଛି ଯେ ଆମ ଆଖ ପାଖରେ ଏମିତି କିଛି ବ୍ରୁଖାଳତା ରହିଛି ଯେଉଁଥିରେ ଦେବତା ମାନଙ୍କର ବାସ ରହିଥାଏ I ସେହି ଭଳି କଦଳୀ ଗଛ ,ତୁଳସୀ ଗଛ ,ବାର ଅଶ୍ୱସ୍ଥ ଗଛ ପୂଜା କରିବାର ଦେଖା ଯାଇ ଥାଏ I ଏଥିଯୋଗୁଁ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ସହିତ ଗ୍ରହ ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ମିଳିଥାଏ,ବୋଲି ବିଶ୍ୱାସ ରହିଛି I ମାନ୍ୟତା ଅନୁସାରେ ଅଶ୍ୱସ୍ଥ ବୃକ୍ଷରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ବାସ କରନ୍ତି ବୋଲି କୁହାଯାଏ । ତେଣୁ ଏହି ବୃକ୍ଷ କୁ ପୂଜା କଲେ ମା’ ଲକ୍ଷ୍ମୀ ଙ୍କ କୃପା ମିଳିବା ସହିତ,ଶନି ଦେବ ମଧ୍ୟ ଶାନ୍ତ ହୋଇଥାନ୍ତି I
ଆସନ୍ତୁ ଜାଣିବା ଅଶ୍ୱସ୍ଥ ବୃକ୍ଷ ପତ୍ରର ର ପୂଜା ବିଧି :

ଅଶ୍ୱସ୍ଥ ବୃକ୍ଷ ସହିତ ଏହାର ପତ୍ରରେ ମଧ୍ୟ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଚମତ୍କାର ଉପାୟ ରହିଛି I
ମଙ୍ଗଳବାର ଏବଂ ଶନିବାର ଦିନ,ଅଶ୍ୱସ୍ଥ ଗଛରୁ ଗୋଟିଏ ପତ୍ର ଆଣି ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଅନାମିକା ଆଙ୍ଗୁଠି ସାହାଯ୍ୟରେ ହଳଦୀ ଓ ଦହି ସହିତ “ହିଂ” ଲେଖି ଏହି ପତ୍ରକୁ କିଛି ସମୟ ଦେଖି ପର୍ସରେରଖି ଦିଅନ୍ତୁ I ପ୍ରତି ଶନିବାର ଏହି ପଦ୍ଧତିକୁ ପୁନରାବୃତ୍ତି କରି ଜଣେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାଏ I

୧୧ ଟି ପତ୍ରରେ କରନ୍ତୁ ଏହି ପ୍ରଭାବଶାଳୀ ଉପାୟ
କୌଣସି ଶନିବାର ବା ମଙ୍ଗଳ ବାର ରେ ଅଶ୍ୱସ୍ଥ ଗଛରୁ ୧୧ ଟି ନିଖୁଣ ପତ୍ର କୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ I ଏହା ପରେ, ଏହି ପତ୍ରରେ କୁମ୍କୁମ୍, ଅଷ୍ଟଗନ୍ଧ କିମ୍ବା ଚନ୍ଦନ ରେ ଶ୍ରୀ ରାମଙ୍କ ନାମ ଲେଖନ୍ତୁ I ଏହା କରିବାବେଳେ, ହନୁମାନ ଚାଳିଶା ପାଠ କରନ୍ତୁ I ଏହା ପରେ, ଏହି ପତ୍ରଗୁଡ଼ିକର ଏକ ମାଳ ତିଆରି କରି ହନୁମାନ ମନ୍ଦିରକୁ ଯାଇ ଅର୍ପଣ କରନ୍ତୁ I ଏହା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ସହିତ ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ I
ଅଶ୍ୱସ୍ଥ ଗଛ ସହିତ ଶିବଲିଙ୍ଗ ପୂଜା ର ମହତ୍ତ୍ୱ
ଧାର୍ମିକ ମତରେ ଅଶ୍ୱସ୍ଥ ଗଛ ତଳେ ଶିବଲିଙ୍ଗ ପ୍ରତିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯିଏ ନିୟମିତ ଭାବରେ ଏହି ଗଛ ତଳେ ପ୍ରତିଷ୍ଠିତ ଶିବଲିଙ୍ଗ କୁ ପୂଜା କରେ, ସେ ସମସ୍ତ ସମସ୍ୟାରୁ ମୁକ୍ତି ପାଇଥାଏ ଇ ସମାଜ ରେ ବ୍ୟକ୍ତି ମାନ ପ୍ରତିଷ୍ଠା ବୃଦ୍ଧି ପାଇଥାଏ I

ସେହିପରି ପ୍ରତି ଗୁରୁବାର ଦିନ ଅଶ୍ୱସ୍ଥ ଗଛ ମୂଳରେ ଶୁଦ୍ଧ ଘିଅ ର ଦ୍ବୀପ ଜାଳି ମୁଣ୍ଡିଆ ମାରନ୍ତୁ,ମା’ଲକ୍ଷ୍ମୀ ଙ୍କ ଅଶେଷ କୃପା ମିଳିବ I ଶନି ଦେବ ଙ୍କ ପ୍ରସନ୍ନ ପାଇଁ ପ୍ରତି ଶନିବାର ଦିନ ଅଶ୍ୱସ୍ଥ ଗଛ ମୂଳରେ ରାଶି ତେଲ ର ଦୀପ ଦିଅନ୍ତୁ I କିନ୍ତୁ ରବିବାର ଦିନ ଅଶ୍ୱସ୍ଥ ଗଛ ମୂଳକୁ ଯାଆନ୍ତୁ ନାହିଁ I ଏହିଦିନ ଅଶ୍ୱସ୍ଥ ଗଛ ପ୍ରଚୁର ଅଙ୍ଗାରକାମ୍ଲ ବାୟୁ ମଣ୍ଡଳ କୁ ଛାଡି ଥାଏ I