ଆମେରିକା ବିଦେଶ ମନ୍ତ୍ରଣାଳୟର ଘୋଷଣା, ଭାରତୀୟ ଛାତ୍ରଙ୍କୁ ମାସକରେ ଷ୍ଟୁଡେଣ୍ଟ୍ ଭିସା

ନୂଆଦିଲ୍ଲୀ: ଆମେରିକାର ଯିବାର ସ୍ୱପ୍ନ ଦେଖୁଥିବା ଭାରତୀୟ ଛାତ୍ରଙ୍କ ରାସ୍ତା ସହଜ ହୋଇଯାଇଛି । ଏବେ ସେମାନଙ୍କୁ ଭିସା ପାଇବା ପାଇଁ ଏକମାସରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ୱାନ୍‌-ଟୁ-ୱାନ୍ ଇଣ୍ଟରଭ୍ୟୁ ପାଇଁ ଭାରତୀୟଙ୍କୁ ପ୍ରାୟ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି । ଏବେ ଆମେରିକା ବିଦେଶ ମନ୍ତ୍ରଣାଳୟ ଭିସା ଆବେଦନକାରୀଙ୍କୁ ଇଣ୍ଟରଭ୍ୟୁରେ ମିଳୁଥିବା ରିହାତି ବୃଦ୍ଧି ପାଇ ଘୋଷଣା କରିଛି । ଆମେରିକାର ବିଦେଶ ମନ୍ତ୍ରୀ ୨୦୨୩ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କେତେକ ଭିସା ଶ୍ରେଣୀରେ ଆସୁଥିବା ଲୋକଙ୍କୁ ଇଣ୍ଟରଭ୍ୟୁରେ ରିହାତି ଦେଇଛନ୍ତି । ଗତବର୍ଷରୁ ଆମେରିକାରେ ଏହି ବ୍ୟବସ୍ଥା ଚାଲିଆସୁଛି ଏବଂ ଏହାଦ୍ୱାରା ଭିସାଧାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ରିହାତି ପରେ ଷ୍ଟୁଡେଣ୍ଟ ଭିସା ପାଇଁ ଅତିବେଶୀରେ ୩-୪ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ସେମାନଙ୍କୁ ଇଣ୍ଟରଭ୍ୟୁ ଦେବାକୁ ପଡ଼ୁଥିବା ବେଳେ ଏବେ ବିନା ଇଣ୍ଟରଭ୍ୟୁରେ ଭିସା ମିଳିଯିବ ।

US State Department announcement