ଉନ୍ନାଓ ବଳାତ୍କାର ମାମଲା: ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ: ୨୦୧୭ ରେ ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ନାବାଳିକାଙ୍କୁ ବଳାତ୍କାର କରି ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପି ନେତା କୁଲଦୀପ ସିଂ ସେଙ୍ଗରଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସେ ତାଙ୍କ ଝିଅ ବିବାହରେ ଯୋଗଦେବା ପାଇଁ ବେଲ ଆବେଦନ କରିଥିଲେ। ଜଷ୍ଟିସ୍‌ ମୁକ୍ତା ଗୁପ୍ତା ଏବଂ ପୁନମ ଏ ବାମ୍ବା କୁଲଦୀପଙ୍କୁ ଜାନୁଆରୀ ୨୭ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। କୁଲୀପଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି। କୁଲଦୀପ ପ୍ରତିଦିନ ନିକଟସ୍ଥ ଷ୍ଟେସନ ହାଉସ୍‌ ଅଫିସରଙ୍କୁ ରିପୋର୍ଟ କରିବେ।

ଏଥିସହ ଜାମିନ ପାଇଁ ତାଙ୍କୁ ଲକ୍ଷେ ଟଙ୍କାର ବଣ୍ଡ ଦେବାକୁ ପଡ଼ିବ। କୁଲଦୀପ ତାଙ୍କ ଓକିଲଙ୍କ ଆବେଦନ ଅନୁଯାୟୀ ଉଭୟ ଗୋରଖପୁର ଏବଂ ଲକ୍ଷ୍ନୌରେ ବିବାହ ଉତ୍ସବ ଅନୁଷ୍ଟିତ ହେବ। କୁଲଦୀପ ହେଉଛନ୍ତି ପରିବାରର ଏକମାତ୍ର ପୁରୁଷ ସଦସ୍ୟ। ସେଥିପାଇଁ କୁଲଦୀପଙ୍କୁ ଅନେକ କିଛି ପ୍ରସ୍ତୁତି କରିବାର ଦାୟିତ୍ୱ ରହିଛି। ଫେବୃଆରୀ ୮ରେ ତାଙ୍କ ଝିଅର ବାହାର ଘର ରହିଛି।

ସେପଟେ ଜଷ୍ଟିସ ଦୀନେଶ କୁମାର ଶର୍ମାଙ୍କ ସମ୍ମୁଖରେ ସେନଗରଙ୍କ ସମାନ ଆବେଦନକୁ ଏକ ପୃଥକ ମାମଲାରେ ତାଲିକାଭୁକ୍ତ କରାଯାଇଥିଲା ଯେଉଁଥିରେ ସେ ଉନ୍ନାଓ ବଳାତ୍କାର ପୀଡିତାଙ୍କ ପିତାଙ୍କ ମୃତ୍ୟୁରେ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୧୯ରେ ଦିଲ୍ଲୀ କୋର୍ଟ ସେନଗୁପ୍ତାଙ୍କ ବିରୋଧରେ ଏହି ରାୟ ଦେଇଥିଲେ। ପସ୍କୋ ଆକ୍ଟ ଆଇପିସି ଧାରା ୩୭୬ ଏବଂ ଧାରା ୫(ସି) ଏବଂ ୬ ଅନୁଯାୟୀ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେନଗାରଙ୍କ ସହ ଦୁଇ ଜଣ ପୁଲିସ ଅଧିକାରୀ ଏବଂ ଅନ୍ୟ ୪ ଜଣଙ୍କୁ ୧୦ ବର୍ଷ ଲେଖାଁଏ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।