UNLOCK GUIDELINE

ଧିରେ ଧିରେ ଅନଲକ ଆଡ଼କୁ ଓଡ଼ିଶା ଗତି କରୁଛି ,ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ। ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଶ୍ରୀ ପ୍ରଦୀପ ଜେନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ପୂର୍ବ ମାତ୍ର ରେ କମ ଅଛି ତେବେ କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଏହା ଉଦ୍ବେଗଜନକ ନୁହେଁ I ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ତେବେ ବର୍ତମାନ ଜନସାଧାରଣ ଙ୍କ ଜୀବିକା ଏବଂ ଆର୍ଥିକ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଧୀରେ ଧୀରେ ଅନଲୋକ ପ୍ରକ୍ରିୟା କୁ କୋହଳ କରିବାକୁ ପଡିବ Iଅଗଷ୍ଟ ଗାଇଡଲାଇନ୍ ନେଇ SRC କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ପ୍ରାତଃ ଭ୍ରମଣ , ସାନ୍ଧ୍ୟ ଭ୍ରମଣ ପାଇଁ ପାର୍କ ଏବଂ ମଲ ଗୁଡିକ ମଧ୍ୟ ୫୦% ଲୋକ ଙ୍କୁ ନେଇ ଖୋଲିବାକୁଖୋଲିବାକୁ ମଧ୍ୟ ଅନୁମତି ମିଳିଛି I

Comments (0)
Add Comment