ଅନନ୍ୟ ବିଦ୍ୟାଳୟ : ବିନା ଫି ଫେଲ ପିଲାଙ୍କୁ ପାଠ ପଢା

ନୂଆଦିଲ୍ଲୀ : ଭାରତର ଅନନ୍ୟ ବିଦ୍ୟାଳୟ  । ଆପଣମାନେ ଜାଣିଥିବେ କୌଣସି ସ୍କୁଲରେ ପିଲାମାନେ ଫେଲ ହେବା ପରେ ସେମାନଙ୍କୁ ସ୍କୁଲ ରୁ ବାହାର କରିଦିଆଯାଏ  । କିନ୍ତୁ ଭାରତରେ ଏପରି ଏକ ସ୍କୁଲ ରହିଛି , ଯେଉଁଠାରେ କେବଳ ବାରମ୍ବାର ଫେଲ ହେଉଥିବା ପିଲାମାନଙ୍କୁ ଆଡମିଶନ ମିଳେ । ସବୁଠାରୁ ବଡ କଥା ହେଉଛି ଏଠାରେ ପାଠ ପଢିବାକୁ କୌଣସି ଶୁକ୍ଳ ଦେବାକୁ ପଡେ ନାହିଁ । ଏଠାକାର ଶିକ୍ଷାଦାନ ପ୍ରଣାଳୀ ମଧ୍ୟ ସବୁ ସ୍କୁଲ ଠାରୁ ଭିନ୍ନ ।

ଲଦାଖର ରେ ରହିଛି  secmol ସ୍କୁଲ । ୧୯୮୮ ମସିହାରେ ଲଦାଖର କିଛି କଲେଜ ଛାତ୍ର ଏହାକୁ ଆରମ୍ଭ କରିଥିଲେ । ଏହି ସ୍କୁଲର କାହାଣୀକୁ ନେଇ ଅମିର ଖାନ ଙ୍କ ୩ ଇଡିୟଟ୍ସ ଚଳଳିତ୍ର ନିର୍ମାଣ ହୋଇଥିଲା । Secmol ଏକ ସାଧାରଣ ସ୍କୁଲ ନୁହେଁ  । ଅନ୍ୟ ବିଦ୍ୟାଳୟ ଗୁଡିକ ପରି ଏଠାରେ କେବଳ ପାଠ୍ୟକ୍ରମ ଅନୁଯାୟୀ ପାଠ ପଢାଯାଏନାହିଁ । ବରଂ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନଠାରୁ ଆରମ୍ଭ କରି ଉଦ୍ୟାନ, ପଶୁପାଳନ , ବୃକ୍ଷର କିପରି ଯତ୍ନ ନିଆଯିବ ସେ ନେଇ ମଧ୍ୟ ଜ୍ଞାନ ଦିଆଯାଏ  । କେବଳ ଏତିକି ନୁହେଁ ଲଦାଖୀ ଗୀତ , ନୃତ୍ୟ ଏବଂ ସଂସ୍କୃତି କୁ ନେଇ ମଧ୍ୟ ଶିକ୍ଷା ଦିଆଯାଏ ।

ଏଠାରେ ଏକାଡେମିକ ଜ୍ଞାନ ବଦଳରେ ପିଲାମାନଙ୍କ ମଧ୍ୟରେ ବ୍ୟବହାରିକ , ସାମାଜିକ ଗୁଣ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦିଆଯାଏ  । ୨୦ ଏକରରୁ ଅଧିକ ଜାଗାରେ ନିର୍ମାଣ ହୋଇଛି ଏହି ସ୍କୁଲ  । ଏଠାକାର ଛାତ୍ରମାନେ ସମଗ୍ର କ୍ୟାମ୍ପସ ପରିଚାଳନା କରନ୍ତି । ବିଦ୍ୟାଳୟ ଓ୍ବେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଯେଉଁମାନେ ଦଶମ ଶ୍ରେଣୀରେ ବିଫଳ ହୋଇଛନ୍ତି ,  କିମ୍ବା ସ୍କୁଲ ଛାଡିଛନ୍ତି କିମ୍ବା କିଛି ବର୍ଷର ବ୍ୟବଧାନରେ ଦଶମ ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଛନ୍ତି, ସେମାନେ ଏଠାରେ ଆଡମିଶନ ନେଇପାରିବେ  । କିନ୍ତୁ ସେମାନଙ୍କୁ ଲଦାଖ ଆସିବାକୁ ପଡିବ  ।