ମୁଣ୍ଡରେ ମୁଣ୍ଡାଇ ଗୁରୁ ଗ୍ରନ୍ଥ ସାହେବଙ୍କୁ ସ୍ୱାଗତ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ତାଲିବାନ କାବୁଲ କୁ ଦଖଲ କଲା ପରେ ବିଭିନ୍ନ ରାଷ୍ଟ୍ର ନିଜ ନିଜ ନାଗରିକ ମାନଙ୍କୁ ସ୍ୱଦେଶ କୁ ଫେରାଇନେଉଛନ୍ତି ଇ ସେହିପରି ଭାରତୀୟ ବାୟୁସେନା ଏବଂ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଆଫଗାନିସ୍ତାନରୁ ହିନ୍ଦୁ ଏବଂ ଶିଖମାନଙ୍କୁ ସ୍ଥାନାନ୍ତର କରୁଛି Iଏହି କ୍ରମରେ ଭାରତକୁ କ୍ରମାଗତ ଭାବେ ଫେରୁଛନ୍ତି ଭାରତୀୟ ଶିଖ୍‌।
ମଙ୍ଗଳବାର ଶିଖମାନଙ୍କ ପବିତ୍ର ଶାସ୍ତ୍ରକୁ ଆଫଗାନିସ୍ତାନରୁ ଦିଲ୍ଲୀକୁ ଅଣାଯାଇଥିଲା। କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ନିଜେ ବିମାନ ବନ୍ଦରରେ ପହଞ୍ଚି ଗୁରୁ ଗ୍ରନ୍ଥ ସାହେବଙ୍କ କପିଗୁଡ଼ିକୁ ତାଙ୍କ ମୁଣ୍ଡରେ ରଖି ଗ୍ରହଣ କରିଥିଲେ। ଏହାପୂର୍ବରୁ ମାର୍ଚ୍ଚ ୨୫, ୨୦୨୦ରେ ଗୁରୁଦ୍ୱାର ହର ରାୟ ସାହେବଙ୍କୁ ଇସଲାମିକ୍ ଷ୍ଟେଟ୍ ଆକ୍ରମଣ କରିଥିଲା। କାବୁଲର ଏହି ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମଧ୍ୟ ପବିତ୍ର ପୁସ୍ତକର ୭ ଖଣ୍ଡ ପୁସ୍ତକ ଭାରତକୁ ଅଣାଯାଇଥିଲା। ଗୁରୁ ଗ୍ରନ୍ଥ ସାହେବଙ୍କର ମୋଟ ୧୩ଖଣ୍ଡ ପୁସ୍ତିକା ଆଫଗାନିସ୍ତାନରେ ଥିଲା, ସେଥିମଧ୍ୟରୁ ୭ଟି ଭାରତକୁ ଅଣାଯାଇ ସାରିଲାଣି।
କାବୁଲର କାର୍ଟ ପରୱାନ ଗୁରୁଦ୍ୱାର କମିଟିର ସଦସ୍ୟ ଛାବୋଲ ସିଂ କହିଛନ୍ତି ଯେ, ତିନି ଗୁରୁ ଗ୍ରନ୍ଥ ସାହେବ ଆଜି ଭାରତ ଆସିଛନ୍ତି। ଏହା ପରେ, ଆଫଗାନିସ୍ତାନରେ ବର୍ତ୍ତମାନ କେବଳ ତିନୋଟି ପୁସ୍ତିକା ବାକି ଅଛି । ସୂଚନାଯୋଗ୍ୟ, ଶିଖ ସମ୍ପ୍ରଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବ ମଧ୍ୟ ଆଫଗାନିସ୍ତାନ ଗସ୍ତରେ ଯାଇ ଶାନ୍ତି, ଭାଇଚାରା ଏବଂ ସହନଶୀଳତାର ବାର୍ତ୍ତା ପ୍ରଚାର କରିଥିଲେ। ୧୬ଶ ଶତାବ୍ଦୀରେ ଆଫଗାନିସ୍ତାନ ଗସ୍ତରେ ସେଠାରେ ଶିଖ ଧର୍ମର ମୂଳଦୁଆ ପକାଇଥିଲେ। ଶିରୋମଣି ଅକାଳୀ ଦଳର ଦିଲ୍ଲୀ ୟୁନିଟ୍ ସଭାପତି ପରମଜିତ୍ ସିଂ ସରନା କହିଛନ୍ତି ଯେ ଆଫଗାନିସ୍ତାନରେ ଶିଖ ଧର୍ମର ଏକ ଯୁଗର ଏହା ଶେଷ। ଶିଖ ସମ୍ପ୍ରଦାୟର ଲୋକମାନେ ଏହି ପବିତ୍ର ଶାସ୍ତ୍ରର ନକଲ ଭାରତକୁ ଆଣିବାର ଅର୍ଥ ଆଫଗାନିସ୍ତାନରେ ଶିଖ ପରମ୍ପରାର ସମାପ୍ତି ବୋଲି ଅନେକ ଗ୍ରହଣ କଲେଣି।

Comments (0)
Add Comment