କଟକରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ରେ କେନ୍ଦ୍ରମନ୍ତ୍ରୀ

କଟକ: ଆଜିକୁ ଦେଢ଼ ଶହ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଶାରେ ଶିକ୍ଷା ବିକାଶର ରୂପ ହେଉଛି’ରେଭେନ୍ସା ବାଳିକା ବିଦ୍ୟାଳୟ’ । ଓଡିଶାରେ ନାରୀଶକ୍ତି କଳ୍ପନାର ଏହି ସ୍କୁଲ ସବୁଠୁ ବଡ ପ୍ରମାଣ I ଶନିବାର ଦିନ କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୮୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଏହି ସ୍କୁଲରେ ତାଙ୍କ ମାଆ ମଧ୍ୟ ପାଠ ପଢୁଥିଲେ । ଯିଏ ମୋତେ ଜନ୍ମ ଦେଇଛନ୍ତି, ସେ ପଢିଥିବା ସ୍କୁଲକୁ ଆସିବାର ଅପେକ୍ଷା ଓ ଆକାଂକ୍ଷା ପୂରଣ ହୋଇଥିବାରୁ ନିଜକୁ କୃତଜ୍ଞ ମନେକରୁଛି ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ସମାଜ’ ହେଉ କିମ୍ବା ଉତ୍କଳ କେଶରୀ ଡକ୍ଟର ମହତାବଙ୍କ ‘ପ୍ରଜାତନ୍ତ୍ର’ – ଓଡ଼ିଆ ଭାଷା ଆନ୍ଦୋଳନ ଠାରୁ ଓଡ଼ିଆ ନବଜାଗରଣର ବହ୍ନି ଜଳାଇଥିବା ଖବର କାଗଜରେଏହି ଭୂମିରେ ପାଳନ ହେଉଥିବା ବାଲିଯାତ୍ରା ଓଡ଼ିଆ ଜାତିର ପୁରୁଷାର୍ଥର ବଡ଼ ପରିଚୟ ଦେଉଛି । ବାଲିଯାତ୍ରା ଭଳି ଓଡ଼ିଶାର ଅନେକ ପର୍ବପର୍ବଣୀ ପରିପୂର୍ଣ୍ଣ, ସ୍ୱୟଂସମ୍ପୂର୍ଣ୍ଣ । ଏଥିପାଇଁ ଏହାର କୌଣସି ପରିଚୟ କିମ୍ବା ମାନ୍ୟତା ଦରକାର ନାହିଁ ।

ଏକବିଂଶ ଶତାବ୍ଦୀରେ ଆଜି ଏହି ସ୍କୁଲକୁ ଆଧାର କରି ଓଡ଼ିଶାର ସ୍ଥାନ ନାରୀ ଶିକ୍ଷାରେ କଣ ଥିଲା, ତାହା ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି । ଏହାକୁ ଆଗାମୀ ଦିନରେ ଆଇସିଏଚଆର ସହଯୋଗରେ ମ୍ୟୁଜିୟମର ରୂପ ଦେବା ପାଇଁ ଉଦ୍ୟମ ହେବ । ସେହିପରି ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ବେଳେ ୨୦୩୬ରେ ଓ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୦୪୭ରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।