କେନ୍ଦ୍ର ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀ ଏମ୍‌ସରେ ଭର୍ତ୍ତି

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ରବିବାର ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର କାର୍ଡିଆକ କେୟାର ୟୁନିଟରେ ରଖାଯାଇଛି।

AIIMS ସୂତ୍ରରୁ ଜଣାପଡିଛି ଯେ କେନ୍ଦ୍ର ମନ୍ତ୍ରୀଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର ହାର୍ଟ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି। ତେବେ ରେଡ୍ଡୀଙ୍କ ଅବସ୍ଥା ସମ୍ପର୍କରେ କୌଣସି ନୂତନ ସୂଚନା ମିଳିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର‌୍ୟ୍ୟକ୍ରମ ‘ମନ କି ବାତ୍‌’ ଐତିହାସିକ ଏପିସୋଡର କାର୍ଯ୍ୟକ୍ରମରେ ଗୁରୁତବପୂର୍ଣ୍ଣ ଭୂମିକା ନର୍ବାହ କରିଥିଲେ । ଉଦଘଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ଗୁରୁବାର ଦିନ ରେଡ୍ଡୀ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ରୋଡ୍ ଶୋ କରିଥିଲେ ।