ନୂଆବର୍ଷ ଦିନଠାରୁ ‘ପଢ଼େ ଭାରତ’ ୧୦୦ ଦିବସୀୟ ପଠନ ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆବର୍ଷ ଦିନଠାରୁ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବହି ପଢିବା ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବପିଡିଙ୍କୁ ଆହ୍ଵାନ କଲେ କେନ୍ଦ୍ରମନ୍ତ୍ରୀ । ‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢିବା ଆରମ୍ଭ କରିଛନ୍ତି ।
ବାଲ୍‌ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ । ପଠନ ଅଭିଯାନ ଜାନୁଆରୀ ୧ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୧୦ ତାରିଖ (୧୦୦ ଦିନ) ପର୍ଯ୍ୟନ୍ତ ଚାଲିବ । ପଠନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମସ୍ତ ହିତାଧିକାରୀମାନଙ୍କର ଭାଗିଦାରୀତା ହାସଲ କରିବା । ଏହା ସହ ବୟସ ଅନୁସାରେ ସାପ୍ତାହିକ କ୍ୟାଲେଣ୍ଡର ସହିତ ପଠନ ଅଭିଯାନ ଉପରେ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି ।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଞ୍ଚଳିକ ଭାଷାରେ ବହି ପଢିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି ।ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠିକାମାନେ ନିଜେ ପଢୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ , ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତିି I ଅଭିଯାନକୁ ପ୍ରଭାବଶାଳୀ କରିବା ନିମନ୍ତେ, ଡିଜାଇନ୍‌ କରାଯାଇଥିବା କାର୍ଯ୍ୟକଳାପକୁ ସରଳ ଏବଂ ଆନନ୍ଦଦାୟକ କରାଯାଇଛି I, ଫଳରେ ଘରେ ମଧ୍ୟ ଉପଲବ୍ଧ ହେଉଥିବା ସମ୍ବଳ ସହିତ ଏବଂ ସ୍କୁଲ୍‌ ବନ୍ଦ ହେବା ସ୍ଥିତିରେ ମାତା-ପିତା, ସମବର୍ଗୀ ଏବଂ ଭାଇ-ଭଉଣୀଙ୍କ ସହାୟତା ନେଇ ଏହାକୁ ସହଜରେ ସମ୍ପାଦନ କରାଯାଇପାରିବ । ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡ଼ିବାରେ ସହାୟକ ହେବ ।

Comments (0)
Add Comment