ଉତ୍ତରପ୍ରଦେଶରେ ଐତିହାସିକ ଜନାଦେଶ ପାଇଁ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶରେ ଐତିହାସିକ ଜନାଦେଶ ପାଇଁ ଯୋଗୀ ଆଦିତ୍ୟନାଥ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀରେ ଧର୍ମେନ୍ଦ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନରେ ଉତ୍ତର ପ୍ରଦେଶରେ ବିଜେପିର ବିପୁଳ ବିଜୟ ନେଇ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଯୋଗୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ବିକାଶ ଏବଂ ସୁଶାସନ ଶୀର୍ଷରେ ପହଞ୍ଚିବ ବୋଲି ଧର୍ମେନ୍ଦ୍ର ଆଶା ପୋଷଣ କରିଛନ୍ତି। ବିଜୟରେ ଧର୍ମେନ୍ଦ୍ରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ଯୋଗୀ।
ଏହା ପୂର୍ବରୁ ଦିଲ୍ଲୀ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ବିଜେପିର ବିଶାଳ ବିଜୟ ପରେ ଆଦିତ୍ୟନାଥଙ୍କ ରାଜଧାନୀ ଦିଲ୍ଲୀ କୁ ଏହା ପ୍ରଥମ ଗସ୍ତ ଥିଲା । ଆଦିତ୍ୟନାଥ ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ମଧ୍ୟ ଭେଟିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଜେପି ନଡ୍ଡାଙ୍କୁ ଭେଟିଥିଲେ ଯୋଗୀ ।