ଆଜି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ୩୯୩୩ ମୋବାଇଲ୍‌ ଟାୱାର୍‌, ୨୦୭ ପୋଷ୍ଟ ଅଫିସ୍‌ କରିବେ ଉଦଘାଟନ

କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତ ଆସି ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ କରିବେ । ଆଜି ସନ୍ଧ୍ୟା ୫ .୪୫ ରେ ଭୁବ‌ନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ଅଶୋକ ନଗରସ୍ଥିତ ବିଏସ୍‌ଏନ୍‌ଏଲ୍‌ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ I ଏହାପରେ ମୋବାଇଲ ଟାୱାର ନ ଥିବା ଗ୍ରାମାଞ୍ଚଳ ଗୁଡିକୁ ଯାଇ ୩୯୩୩ଟି ମୋବାଇଲ୍‌ ଟାୱାର ସହିତ ୨୦୭ଟି ‌ନୂତନ ପୋଷ୍ଟ ଅଫିସର ଉଦ୍‌ଘାଟନ କରିବେ । ରାତି ୭.୪୫ ରେ ଭୁବନେଶ୍ୱର ରେଳଷ୍ଟେସନଠାରେ ପୁରୀ ରୁ ଛାଡିବାକୁ ଥିବା ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚ ( ଲିଙ୍କେ-ହୋଫମାନ-ବୁଶ ଏଲ୍‌ଏଚ୍‌ବି) କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।ଯାତ୍ରୀଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ତପସ୍ୱିନୀ ଏକ୍ସପ୍ରେସ(୧୮୪୫୨/୧୮୪୫୧)କୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ଏଲ୍‌ଏଚ୍‌ବି କୋଚ ସହ ଚଳାଇବାକୁ ସ୍ଥିର ହୋଇଛି। ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ସାମିଲ୍‌ ହେବେ । ରେଳଷ୍ଟେସନ୍‌ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।
୭ ତାରିଖ ସକାଳ ୮ ଟାରେ ‘ସମାଜ’ ଲୋକସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ଜିମସର ରେ ‘ସ୍ୱାସ୍ଥ୍ୟସେବା ରଥ’ ଲୋକାର୍ପଣ କରିବେ I ଏହାପରେ କେନ୍ଦ୍ରମନ୍ତ୍ରୀ ୯ ଟାରେ ଯାଇ ମା’ କଟକ ଚଣ୍ଡୀମନ୍ଦିର ରେ ମା’ଙ୍କୁ ଦର୍ଶନ କରିବା ପରେ କଟକରେ ଏକ ନୂତନ ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ କଟକ ରେଳଷ୍ଟେସନ ପରିଦର୍ଶନ ସହ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ ।

ମଧ୍ୟାହ୍ନ୧୨.୩୦ ରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନଠାରେ ଭୁବନେଶ୍ୱର-ବାଲେଶ୍ୱର ପ୍ରଥମ ମେଁମୁ ଟ୍ରେନ ର ଶୁଭାରମ୍ଭ କରିବେ । ସେହିଭଳି ଅପରାହ୍ନ ୧.୩୦ ରେ ନୀଳଗିରି ଯାଇ ବାଲେଶ୍ବର-ନୀଳଗିରି ରେଳପଥର ଭିତ୍ତିପ୍ରସ୍ତର, କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବା ପରେ ବସ୍ତା ଗସ୍ତ ରେ ଯାଇ ରେଳ ଷ୍ଟେସନର ଉନ୍ନତୀକରଣ ଓ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳ ଲାଇନ୍‌ କାର୍ଯ୍ୟର ତଦାରଖ କରିବେ । ସେହି ପରି ଅପରାହ୍ନ ୪.୫୦ ରେ ଜଳେଶ୍ୱର ଷ୍ଟେସନ ରେ ନୂଆ ବିଲଡିଂ ର ଶିଳାନ୍ୟାସ କରିବା ପରେ ଭୁବନେଶ୍ବର ଫେରି ରାତି ବିମାନ ରେ ଦିଲ୍ଲୀ ପତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଙ୍କ ସହ ବରିଷ୍ଠ ସ୍ବସନ୍ତ୍ରା ସେବା ଅଧିକାରୀ ବେଡ଼ ପ୍ରକଶ ଙ୍କ ସହିତ ଏନ.ସି ଝିଙ୍ଗଟା ଓ ବିକ୍ରନ୍ତ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I

Comments (0)
Add Comment