ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଏହି ପରିସ୍ଥିତି ମଧ୍ୟରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ଜରୁରୀକାଳୀନ ଭାବେ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ନରେଶ ପାଲ୍ ଗଙ୍ଗୱାରଙ୍କୁ ନୂଆ କେନ୍ଦ୍ର ଶିକ୍ଷା ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ୍ ତୁରନ୍ତ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। NEET ବିବାଦ ଓ ପରୀକ୍ଷା ପରିଚାଳନାରେ ବିଶୃଙ୍ଖଳାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।