ସାନଭାଇକୁ ହତ୍ୟାକଲା ବଡ଼ଭାଇ

ଭୁବନେଶ୍ବର: ଭାଇ ସାଜିଲା ଭାଇର ହତ୍ୟାକାରୀ। ସାନଭାଇକୁ ହତ୍ୟା କରିଛି ବଡ଼ଭାଇ। କେବଳ ହତ୍ୟା କରିନି ପ୍ରମାଣ ଲୁଚାଇବାକୁ ଯାଇ ମାଟି ତଳେ ପୋତି ଦେଇଥିଲା। ଏଭଳି ଜଘନ୍ୟକାଣ୍ଡ ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ। ଏଭଳି କାଣ୍ଡ ଘଟାଇବା ପରେ ଟିଟିଲାଗଡ ଥାନାରେ ପୋଲିସ ଆଗରେ ବଡ ଭାଇ ଆତ୍ମ ସମର୍ପଣ କରିଛି। ତେବେ କାହିଁକି ମାରିଛି , ହତ୍ୟା ପଛର କାରଣ କଣ ଏଯାବତ ଅସ୍ପଷ୍ଟ ରହିଛି ।୭ ଦିନ ତଳୁ ନିଖୋଜ ହାଟପଦା ପଡାର ନାବାଳକଙ୍କ ମୃତଦେହ ଉଦ୍ଧାର  କରିଛି ପୋଲିସ। ଉଭୟ ନାବାଳକ । ସାନ ଭାଇର ବୟସ ୧୨ ବର୍ଷ । ବଡ଼ ଭାଇର ବୟସ ୧୭ ବର୍ଷ ବୋଲି ସୂଚନା ମିଳିଛି। 

Comments (13)
Add Comment