ମିଳିବ ବେକାରୀ ଭତ୍ତା !

ବେରୋଜଗାର ଯୁବବର୍ଗଙ୍କ ପାଇଁ ଖୁସି ଖବର ! । ସରକାର କଲେ ବଡ ଘୋଷଣା! । ଯୁବବର୍ଗଙ୍କ ପାଇଁ ଉପହାର! । ଚାକିରୀ ନ କଲେ ବି ମିଳିବ ଟଙ୍କା ! ଦେଶରେ ବଢିଚାଲିଛି ବେରୋଜଗାରୀ ସଂଖ୍ୟା।ଦେଶରେ ଏମିତି ବଡ଼ବଡ଼ ରାଜ୍ୟ ଅଛି ଯେଉଁଠି ବେକାରୀ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହେଉଛି। ଯୁବବର୍ଗ ଉଚ୍ଚ ଶିକ୍ଷା ପରେ ରୋଜଗାର ଖଣ୍ଡେ ପାଉନାହାନ୍ତି। ନିର୍ବାଚନ ଆସିଲେ ରାଜନୈତିକ ଦଳ ମାନେ ଯୁବ ବର୍ଗ ଙ୍କୁ ନିଯୁକ୍ତି ନାଁରେ ମିଛ ପ୍ରତିଶୃତି ଦେଉଛନ୍ତି। ଏହାରି ଭିତରେ ଚଳିତ ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଜ୍ୟଗୁଡ଼ିକରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମ ଅନ୍ତର୍ଭୁକ୍ତ। ଏଥିରେ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ମଧ୍ୟ ଅଛି।

ଗତକାଲି ଗଣତନ୍ତ୍ର ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକେ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ବେକାର ଯୁବକ ଯୁବତୀ ମାନଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯିବ।ବେକାର ଯୁବକ ଯୁବତୀ ଆସନ୍ତା ଆର୍ଥିକ ବର୍ଷରୁ ଏହି ଭତ୍ତା ପାଇବେ। ଭତ୍ତା ରାଶି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି। କେତେ ଟଙ୍କା ଭତ୍ତା ପାଇବେ ତାହା ବଜେଟରେ ଘୋଷଣା କରାଯିବ।ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ଏହି ବିଷୟରେ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ବାଘେଲ ଲେଖିଛନ୍ତି ଯେ, ମୁଁ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାର ଯୁବକ ମାନଙ୍କ ପାଇଁ ପ୍ରତି ମାସରେ ବେକାରୀ ଭତ୍ତା ଘୋଷଣା କରୁଛି।ବର୍ଷର ଶେଷ ନଭେମ୍ବର ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି।

ରାଜ୍ୟ ସରକାର ଦେଇଥିବା ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କୁ କିଛି ମାତ୍ରାରେ ଆରାମ ଦେବ, କିନ୍ତୁ ଏକ ପ୍ରଶ୍ନ ଉଠିବ ଯେ କେତେ ଦିନ ଯାଏ ଏପରି ବେକାରି ଭତ୍ତାରେ ଗୁଜୁରାଣ ମେଣ୍ଟିବ? ନା ଛତିଶଗଡ଼ ସରକାର ବେକାରୀ ଭର୍ତ୍ତାର ରାଜ୍ୟର ଯୁବପିଢ଼ି ମାନଙ୍କୁ ପଙ୍ଗୁ କରିବାକୁ ଯୋଜନା କରୁଛନ୍ତି।