ରାଜ୍ୟରେ ଅଣାୟତ୍ତ କରୋନା :୨୪ ଘଣ୍ଟା ମଧ୍ୟରେ ୪ ୮୨୯ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଟୀକା କରଣ କୁ ଜୋରଦାର କରାଯାଇଛି I ଏହା ସହିତ ରାଜ୍ୟରେ ଆଜିଠାରୁ ବରିଷ୍ଠ ନାଗରିକ ଏବଂ କରୋନା ଯୋଦ୍ଧା ଙ୍କୁ ବୁଷ୍ଟର ଡୋଜ ଆରମ୍ଭ ହେବ I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ହଜାର ୮୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମ ରୁ ୧୮ ବର୍ଷ ମଧ୍ୟରେ ୪୪୮ ପିଲା ସଂକ୍ରମିତ ହୋଇଛନ୍ତି । ତେବେ ପ୍ରତିଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ବର ଜିଲ୍ଲାରୁ ୨୧୦ ଜଣ, ବରଗଡ଼ରୁ ୮୪ ଜଣ, ଭଦ୍ରକରୁ ୬୯ ଜଣ, ବଲାଙ୍ଗୀରୁ ୧୦୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୪୦୧ ଜଣ, ଦେବଗଡ଼ରୁ ୧୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଞ୍ଜାମରୁ ୪୯ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୪୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୬୩ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୧୮୨ ଜଣ, ନବରଙ୍ଗପୁରରୁ ୮୫ ଜଣ, ନୟାଗଡ଼ରୁ ୨୪ ଜଣ, ନୂଆପଡ଼ାରୁ ୫୧ ଜଣ, ପୁରୀରୁ ୧୩୦ ଜଣ, ରାୟଗଡ଼ାରୁ ୮୨ ଜଣ, ସମ୍ୱଲପୁରରୁ ୬୪୪ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ ଓ ଷ୍ଟେଟ ପୁଲରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୫ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦ ହଜାର ୫୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଟିପିଆର ହିସାବରେ ଖୋର୍ଦ୍ଧା, ସୁନ୍ଦରଗଡ ଓ ସମ୍ବଲପୁର ରେଡ ଜୋନରେ ରହିଛନ୍ତି । ସେହିଭଳି କଟକ ଓ ଝୁରୁସୁଗୁଡା ୟେଲୋ ଜୋନରେ ରହିଥିବା ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment