ଭୋଟ ଦେଇ ନ ପାରିବାରୁ ଉତ୍ୟକ୍ତ ଗ୍ରାମବାସୀ ବିଡ଼ିଓ ଙ୍କୁ ଘେରିଲେ

ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା I ଭୋଟର ଲିଷ୍ଟରୁ ନା କଟି ଯାଇଥିବାରୁ ଉତ୍ୟକ୍ତ ଗ୍ରାମ ବାସୀ ମାନେ ବିଡିଓଙ୍କୁ ଅଟକ ରଖିଥିଲେ I ସେଠାକାର ବିଡିଓ ପ୍ରକାଶ ଦାଶ ତୁମ୍ବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଅଟକ ରଖିଥିଲେ । ସୂଚନାନୁସାରେ ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ହୋଇଥିଲା କିନ୍ତୁ ସେହି ସମୟରେ ଭୋଟ୍‌ ତାଲିକାରେ ନାଁ ନଥିବାରୁ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର ବହୁ ଲୋକ ମତଦାନରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଆଜି ଆଜି ପାତ୍ରପୁର ବିଡିଓ ପ୍ରକାଶ ଦାଶ ବିଦ୍ୟାଳୟ ରୂପାନ୍ତରିଣ କାମ ଦେଖି ଫେରିବା ବାଟରେଦୀର୍ଘର ୪ ଘଂଟା ଧରି ଉତ୍ୟକ୍ତ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ Iପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ଗ୍ରାମବାସୀ ବିଡିଓଙ୍କୁ ଛାଡିଥିଲେ ।