ରାଗିଂ ସହି ନପାରି ବିଷ ପିଇ ଗୁରୁତର ହେଲେ ITI ଛାତ୍ର

କଲେଜରେ ରାଗିଂ ସହି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର I ଗୁରୁତର ଅଵସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି I
ସୂଚନାନୁସାରେ ଭଦ୍ରକ ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବିଷ ପିଇ ଦେଇଥିବା ଅଭିଯୋଗ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ସମ୍ପୃକ୍ତ ଛାତ୍ରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏକ ଘରୋଇ ITI କଲେଜରେ ଛାତ୍ର ଜଣକ ପଢ଼ୁଥିବା ଜଣାପଡ଼ିଛି। ଗତକାଲି କଲେଜରୁ ଫେରିବା ପରେ ଛାତ୍ର ଜଣକ ବିଷ ପିଇ ଅଚେତ ହୋଇପଡ଼ିଥିଲେ। କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ତେବେ ଏ ବିଷୟରେ ସମ୍ପୃକ୍ତ କଲେଜ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I