ପୁନର୍ବାର ହେବ ୟୁଜିସି ନେଟ୍ ୨୦୨୬ର ଇଂରାଜୀ, କମର୍ସ ଓ ସୋସିଓଲୋଜି ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ୟୁଜିସି ନେଟ୍ ୨୦୨୬ ପରୀକ୍ଷା ର ଇଂରାଜୀ, କମର୍ସ ଏବଂ ସୋସିଓଲୋଜିର ପୁନର୍ବାର ପରୀକ୍ଷା କରାଯିବ l ପ୍ରଶ୍ନପତ୍ରକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ NTA ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲା। ତଦନ୍ତରୁ ଜଣାପଡିଛି ଯେ ତିନୋଟିଯାକ ବିଷୟର ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍ ଏବଂ ଅନୁବାଦଗୁଡ଼ିକରେ ତ୍ରୁଟି ରହିଥିଲା। ଏହି ତଦନ୍ତ ରିପୋର୍ଟ ଆଧାରରେ NTA ପୁନଃ ପରୀକ୍ଷା କରାଇବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।ପୁନର୍ବାର ହେବାକୁ ଥିବା ପରୀକ୍ଷା ସୂଚୀ ଅନୁଯାୟୀ, ଇଂରାଜୀ ପରୀକ୍ଷା ସେପ୍ଟେମ୍ବର ୯ ତାରିଖ ପ୍ରଥମ ଶିଫ୍ଟ ସକାଳ ୯:୦୦ ରୁ ଦ୍ୱିପ୍ରହର ୧୨:୦୦ ଟା, କମର୍ସ ପରୀକ୍ଷା ସେପ୍ଟେମ୍ବର ୯ ତାରିଖ ଦ୍ୱିତୀୟ ଶିଫ୍ଟ ଦ୍ୱିପ୍ରହର ୩:୦୦ ରୁ ସନ୍ଧ୍ୟା ୬:୦୦ ଟା ଏବଂ ସୋସିଓଲୋଜି ପରୀକ୍ଷା ସେପ୍ଟେମ୍ବର ୧୦ ତାରିଖ ପ୍ରଥମ ଶିଫ୍ଟରେ ସକାଳ ୯:୦୦ ରୁ ଦ୍ୱିପ୍ରହର ୧୨:୦୦ ଟା ଯାଏଁ ଅନୁଷ୍ଠିତ ହେବ। ଏହି ତିନୋଟି ବିଷୟର ପରୀକ୍ଷାର୍ଥୀ ମାନଙ୍କଠାରୁ ଆଉ କୌଣସି ଅତିରିକ୍ତ ଫି’ ନିଆଯିବ ନାହିଁ। ଅନ୍ୟ ୮୪ଟି ବିଷୟର ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ, ଯାହାଫଳରେ ରି-ଏଗ୍‌ଜାମ୍ ପାଇଁ ମୂଳ ଫଳାଫଳ ପ୍ରକାଶନରେ କୌଣସି ବିଳମ୍ବ ହେବ ନାହିଁ।