ସୋସିଆଲ ମିଡିଆରେ ଭାଇରଲ ହେଊଛି ନୱାଜୁଦ୍ଦିନଙ୍କ ‘ସୈଂଧବ’ ଲୁକ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫିଲ୍ମ ‘ସୈଂଧବ’ ରୁ ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ସୈଲେଶ କୋଲାନୁଙ୍କ ଦ୍ବାରା ଲେଖିତ ଏବଂ ନିର୍ଦ୍ଦେଶିତ ହୋଇଛି ଏହି ତେଲୁଗୁ ଫିଲ୍ମ । ଭେଙ୍କଟେଶ ଦଗ୍ଗୁବତୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମରେ ଖଳନାୟକ ଭୂମିକାରେ ବବାଲ ମଚାଇବେ । ଫିଲ୍ମ ଟି ଆସନ୍ତା ଜାନୁଆରୀ 13 ରେ ରିଲିଜ ହେବ ।

ଏନେଇ ନିର୍ମାତାମାନେ ଫିଲ୍ମର ପ୍ରମୋସନ ଆରମ୍ଭ କରିଛନ୍ତି । ଏହି ସମୟରେ, ନୱାଜୁଦ୍ଦିନ ସିଦ୍ଦିକି ନିଜର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆ ରେ ସେୟାର କରି ତାଙ୍କ ଫ୍ୟାନ୍ସ ଙ୍କୁ ତାଙ୍କ ତେଲୁଗୁ ଡେବ୍ୟୁ ବିଷୟରେ ଜଣାଇଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଇନଷ୍ଟାଗ୍ରାମ ରିଲରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି ।

ସେୟାର କରାଯାଇଥିବା ଭିଡିଓରେ ସେ ଦକ୍ଷିଣ ଭାରତୀୟ ପାରମ୍ପାରିକ ପୋଷାକରେ ନଜର ଆସିଛନ୍ତି । ଅଭିନେତା ନୱାଜୁଦ୍ଦିନ ଧଳା ଧୋତି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭିଡିଓ ଟି ଟ୍ରେଣ୍ଡ୍ କରିବା ଆରମ୍ଭ କରିଦେଇଛି । ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ତାଙ୍କ ଷ୍ଟାଇଲକୁ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତୁଳନା କରିବା ଆରମ୍ଭ କରିଛନ୍ତି । ଭିଡିଓରେ ନୱାଜୁଦ୍ଦିନ ତାଙ୍କ ଧୋତିକୁ ଉଠାଇ ରଜନିକାନ୍ତଙ୍କ ଷ୍ଟାଇଲରେ କାନ୍ଧରେ ରଖିବାର ଦେଖିବାକୁ ମିଳିଛି ।

https://www.instagram.com/reel/C139elZKloa/?utm_source=ig_web_copy_link

ସେୟାର କରାଯାଇଥିବା ଭିଡିଓରେ ସେ ଦକ୍ଷିଣ ଭାରତୀୟ ପାରମ୍ପାରିକ ପୋଷାକରେ ନଜର ଆସିଛନ୍ତି । ଅଭିନେତା ନୱାଜୁଦ୍ଦିନ ଧଳା ଧୋତି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭିଡିଓ ଟି ଟ୍ରେଣ୍ଡ୍ କରିବା ଆରମ୍ଭ କରିଦେଇଛି । ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ତାଙ୍କ ଷ୍ଟାଇଲକୁ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତୁଳନା କରିବା ଆରମ୍ଭ କରିଛନ୍ତି । ଭିଡିଓରେ ନୱାଜୁଦ୍ଦିନ ତାଙ୍କ ଧୋତିକୁ ଉଠାଇ ରଜନିକାନ୍ତଙ୍କ ଷ୍ଟାଇଲରେ କାନ୍ଧରେ ରଖିବାର ଦେଖିବାକୁ ମିଳିଛି ।ପିଲ୍ମ ନିର୍ମାତା କିଛି ଦିନ ପୂର୍ବରୁ ଭେଙ୍କଟେଶ ଡୁଗ୍ଗୁବତୀ ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ ‘ସୈଂଧବ’ର ପାୱାର-ପ୍ୟାକ୍ ଟିଜର ରିଲିଜ କରିଥିଲେ । ନୱାଜୁଦ୍ଦିନ ଏହି ଫିଲ୍ମରେ ଖନନାୟକ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମଟି ନିହାରିକା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଭେଙ୍କଟ ବୟନପାଲୀ ଦ୍ୱାରା ନିର୍ମିତ । ଫିଲ୍ମ ରେ ଗୀତ ଗୁଡିକ ର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ନାରାୟଣନ । ଭେଙ୍କଟେଶ ଏବଂ ନୱାଜୁଦ୍ଦିନଙ୍କ ବ୍ୟତୀତ ଏହି ଫିଲ୍ମରେ ବେବି ସାରା, ଆର୍ଯ୍ୟ, ଶ୍ରଦ୍ଧା ଶ୍ରୀନଥ, ରୁହାନୀ ଶର୍ମା, ଆଣ୍ଡ୍ରେୟା ଯେରେମିୟା, ଜିଶୁ ସେନ୍ ଗୁପ୍ତା ଏବଂ ମୁକେଶ ଋଷି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।