ଟ୍ରେନ୍‌ରେ କଟି ୨ ମହିଳା ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ । ରେଳ ଧାରଣା ପାରି ହେଉଥିଲା ବେଳେ ଚଢି ଗଲା ଶାଲିମାର ଏକ୍ସପ୍ରେସ । ସେଠାରୁ ଦୁଇ ମହିଳାଙ୍କ ମୃତଦେହ ମିଳିବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମିଳିଥିବା ଖବର ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବାଉଁଶତୋଫା ଗାଁର ରୁକଚାନ୍ଦ ମାରାଣ୍ଡି ଏବଂ ତାଙ୍କ ନଣନ୍ଦ ଉଭୟେ ଆଜି ସକାଳ ସମୟରେ ବସ୍ତା ବଜାରକୁ ଆସିଥିଲେ । ଘରକୁ ଫେରିବା ପାଇଁ ଅସାବଧାନତା ବଶତ ରେଳ ଧାରଣା ପାର ହେଉଥିବା ବେଳେ ଦୁଇ ମହିଳାଙ୍କ ଉପରେ ହାଓ୍ବାଡ଼ା ଯାଉଥିବା ସାଲିମାର ଏକ୍ସପ୍ରେସ୍ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଛାନଭିନ୍ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।