ଗିରଫ ହେଲେ ଦୁଇ ୱେବ ଚାନେଲ କର୍ମଚାରୀ

ନିଜକୁ ୱେବ ଚାନେଲ (ପରିବର୍ତ୍ତନ)ସାମ୍ବାଦିକ ବୋଲି ପରିଚୟ ଦେଇ ମହିଳାଙ୍କ ଠାରୁ ବେଆଇନ ଅର୍ଥ ଆଦାୟ ଅଭିଯୋଗ ରେ କମିଶନରେଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏହି ଘଟଣା ଟି ମଂଚେଶ୍ୱର ଥାନା ଅଂଚଳରେ ଘଟିଛି I ଗିରଫ ଦୁଇ ୱେବ ଚାନେଲ ସାମ୍ବାଦିକ ହେଲେ ଜଗତସିଂହ ପୁର ଅଂଚଳ ର ଟିପୁ ଓରଫ ପ୍ରଶାନ୍ତ କୁମାର ରାଉତ ଓ ଖୋର୍ଦ୍ଧା ଜଙ୍କିଆ ଅଂଚଳ ର ଚନ୍ଦ୍ରକାନ୍ତ ଦଳେଇ I
ପୋଲିସ ସୂଚନା ଅନୁଯାୟୀ ‘ପରିବର୍ତ୍ତନ’ୱେବ ଚାନେଲ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ରାଉତ ଓ କ୍ୟାମେରାମେନ ଚନ୍ଦ୍ରକାନ୍ତ ମିଳିତ ଭାବରେ ମଂଚେଶ୍ୱର ଥାନା ସମେଇଗାଡ଼ିଆ ଅଂଚଳ ର ମିତାଞ୍ଜଳୀ ବିଶ୍ୱାଳ ଙ୍କ ଘରେ ଗତ ଦୁଇ ତାରିଖ ରେ ପଶି ବେଆଇନ ଭାବରେ ତାଙ୍କ ର ବିଭିନ୍ନ ଫୋଟୋ ଉଠାଇଥିଲେ ଏବଂ ଅର୍ଥ ଦାବି କରିଥିଲେ I ଏ ସମ୍ପର୍କରେ ମିତାଞ୍ଜଳୀ ମଂଚେଶ୍ୱର ଥାନା ରେ ଅଭିଯୋଗ କରିଥିଲେ I ଏହା ପରେ ,ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଉଭୟ ଙ୍କୁ ସମେଇ ଗାଡ଼ିଆ ଅଂଚଳ ରୁ ଉଠାଇଥିଲେ I ଏହା ସହ ତାଙ୍କ ଠାରୁ ପ୍ରିଣ୍ଟର ,ମନିଟର ,ବୁମ,ପରିଚୟ ପତ୍ର ଓ ମୋବାଇଲ ଆଦି ଜବତ କରିଥିଲେ I
ପୋଲିସ ଙ୍କ କହିବା ଅନୁସାରେ ଉକ୍ତ ଦୁଇ ଜଣ ଏକ କରଜ ମାମଲାରେ ମଧ୍ୟସ୍ଥତା କରିବାପାଇଁ ମହିଳାଙ୍କ ଘରକୁ ଯାଇଥିଲେ I ମହିଳା ଜଣଙ୍କ ତାଙ୍କ ରୋଗାକ୍ରାନ୍ତ ଭାଇ ର ଚିକିତ୍ସା ନିମନ୍ତେ ଜଣଙ୍କ ଠାରୁ କିଛି ଟଙ୍କା ଧାର ସୂତ୍ର ରେ ଆଣିଥିଲେ I କିନ୍ତୁ ଭାଇଙ୍କ ମୃତ୍ୟୁ ପରେ ଅର୍ଥାଭାବ ଯୋଗୁଁ ଆଧା ଟଙ୍କା ସୁଝି ପାରି ନ ଥିଲେ I ତେବେ ପଇସା ଆଦାୟ କରିବା ନିମନ୍ତେ ମଧ୍ୟସ୍ଥତା ପାଇଁ କରଜ ଦାତା ଙ୍କ ସହିତ ଏହି ଦୁଇ ଜଣ ମହିଳାଙ୍କ ଘରକୁ ଯାଇଥିଲେ I ସେଠାରେ ପହଂଚି ତାଙ୍କର ବିଭିନ୍ନ ଫୋଟୋ ଉଠାଇଥିଲେ ଏବଂ ଟଙ୍କା ନ ଶୁଝିଲେ ଏହି ସବୁ ଫୋଟୋ ଭାଇରଲ କରିଦେବେ ବୋଲି ମହିଳାଙ୍କୁ ଧମକ ଦେଇଥିଲେ I ଏହି ଅଭିଯୋଗ ରେ ଆଜି ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି I

Comments (0)
Add Comment