ଗଣେଶଙ୍କ ପ୍ରତିମୂର୍ତ୍ତି ପଡିଯିବାରୁ ୨ ମୃତ, ୫ ଆହତ

ମୁମ୍ବାଇ: ଶନିବାର ରାତିରେ ଗଣେଷଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜାଙ୍କ ପ୍ରତିମା ପଡି ଯାଇଥିଲା । ଯାହା ଫଳରେ ଏହି ଅଘଟଣ ଘଟିଛି l ସୂଚନା ଅନୁସାରେ, ଶନିବାର ରାତି ୧୦ଟାରେ ଭୂଲେଶ୍ୱରର ବଳରାମ ମର୍ଚାଣ୍ଟ୍ ରୋଡରେ ଏହି ଅଘଟଣ ଘଟିଛି । ଗଣେଶଙ୍କ ପ୍ରତିମୂର୍ତ୍ତିକୁ ମଣ୍ଡପକୁ ଅଣାଯାଉଥିଲା । ଏହି ସମୟରେ ମୂର୍ତ୍ତିର କିଛି ଅଂଶ ଭାଙ୍ଗିକି ତଳେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ପରେ ଦମକଳ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ lସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକମାନେ ହେଲେ ସଙ୍କେତ ନେବସେ ଏବଂ ବ୍ରଜେଶ ଯୋଶୀ । ସେମାନଙ୍କୁ ହସ୍ପିଟାଲ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।