ମାଛଜାଲରେ ଛନ୍ଦି ହୋଇ ଦୁଇ ଜଣକଙ୍କର ମୃତ୍ୟୁ

ବରଗଡ଼: ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଛନ୍ଦି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗାଁରେ ଘଟିଛି ଏହି ଘଟଣା।ଦୁଇ ମୃତକ ହେଉଛନ୍ତି ରିଙ୍କୁ ବର୍ଗେ ଓ ରମେଶ ମହାକୁର। ଉଭୟେ ଗ୍ରାମ ପାଖରେ ଥିବା ଏକ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ। ହେଲେ ପୋଖରୀ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ ଓ ବୁଡ଼ି ଯାଇଥିଲେ। ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଅତାବିରା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରିଛି l ଏହିଭଳି ଏକ ଅଘଟଣ ପରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l