ଅର୍ଥ ବଦଳରେ ୧୫ ଆକାଉଣ୍ଟ୍ ଭେରିଫାଏ କଲା ଟ୍ୱିଟର୍‌, ଏଲନ୍ ମସ୍କ ସମାଲୋଚନାର ଶିକାର

ନୂଆଦିଲ୍ଲୀ: ଟ୍ୱିଟର୍‌ରେ ପେଡ୍ ଭେରିଫିକେସନ୍ ଫିଚର ଅର୍ଥାତ୍ ଭେରିଫାଇଡ୍ ଆକାଉଣ୍ଟ ୟୁଜର୍ସଙ୍କ ଠାରୁ ଅର୍ଥ ଚାର୍ଜ କରିବାକୁ ନେଇ ଏଲନ୍ ମସ୍କ କେବଳ ବିବାଦୀୟ ହୋଇପଡ଼ିଥିଲେ । ଏବେ କିନ୍ତୁ ତାଙ୍କୁ ଅପମାନିତ ହେବାକୁ ପଡ଼ିଛି । ମାମଲାଟି ହେଉଛି ଅର୍ଥ ନେଇ ଟ୍ୱିଟର୍ ପ୍ଲାଟ୍‌ଫର୍ମ ପକ୍ଷରୁ ୧୫ ଜାଲ୍ ଆକାଉଣ୍ଟ୍‌କୁ ଭେରିଫାଏ କରିବା । ଜାଲ୍ ଆକାଉଣ୍ଟ ପ୍ରସ୍ତୁତ କରି କେତେକ ୟୁଜର୍ସ ୮ ଡଲାର ଦେଇ ବ୍ଲୁ ଟିକ୍ ହାସଲ କରିନେଇଛନ୍ତି । ପ୍ରଥମରୁ ଟ୍ୱିଟର୍ ସମ୍ପୂର୍ଣ୍ଣ ପରିବର୍ତ୍ତନକୁ ନେଇ ଲୋକମାନେ ଖୁସି ନଥିବା ବେଳେ ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ଏଲନ୍ ମସ୍କଙ୍କୁ ଜୋରଦାର ସମାଲୋଚନା କରିବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ଏହି କାରଣରୁ ଆମେରିକାର ପ୍ରସିଦ୍ଧ ଫାର୍ମା କମ୍ପାନୀ ଏଲୀ ଲିଲିକୁ ମଧ୍ୟ ୧୫ ବିଲିୟନ୍ ଡଲାର୍ କ୍ଷତି ସହିବାକୁ ପଡ଼ିଛି । ଭେରିଫିକେସନ୍ ରେସ୍‌ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାଲ୍ ଆକାଉଣ୍ଟ୍ ମଧ୍ୟ ଫେରିପାଏ ହୋଇଥିଲା । ଯଦିଓ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଟ୍ୱିଟର୍ ବହୁ ସମୟ ପୂର୍ବେ ବ୍ୟାନ୍ କରିଦେଇଥିଲା । ଏହାକୁ ନେଇ ଲୋକମାନେ ପ୍ରଶ୍ନବାଣ ଛାଡ଼ିବା ଆରମ୍ଭ କରିଦେଇଛନ୍ତି । ଲୋକଙ୍କ କହିବା କଥା, ଯଦି ଏତେ ପ୍ରସିଦ୍ଧ ହସ୍ତୀଙ୍କ ଜାଲ୍ ଆକାଉଣ୍ଟ୍ ଭେରିଫାଏ ହୋଇପାରୁଛି, ତେବେ ଯେକୌଣସି ବ୍ୟକ୍ତିର ହୋଇପାରେ । ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ଏଲି ଲିଲି ଆଣ୍ଡ୍ କମ୍ପାନୀକୁ ବହୁ କ୍ଷତ ପହଞ୍ଚି । ଫାର୍ମା କମ୍ପାନୀର ଜାଲ୍ ଆକାଉଣ୍ଟ୍‌କୁ ମିଳିଥିବା ବ୍ଲୁ ଟିକ୍‌ରୁ ହୋଇଥିବା ଟ୍ୱିଟ୍ କାରଣରୁ କମ୍ପାନୀର ନିବେଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଏହାର ଶେୟାର୍‌ରେ ବହୁ ହ୍ରାସ ଘଟିଥିଲା ।

Twitter verifies 15 accounts instead of money