ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ଵିଷ୍ଟ I ଗତକାଲି ରାତିର ସାଇକେଲ ଚୋରି ଅଭିଯୋଗ ପରେ ଦେବେନ୍ଦ୍ର ଚୌଧୁରୀ ଙ୍କୁ ଥାନାକୁ ଉଠାଇ ଆଣିଥିଲା ବଡ଼ଗଡ଼ ପୋଲିସ I କିନ୍ତୁ ସେହି ସମୟରେ ପୁଲିସ କବଜାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତଳେ ପଡି ଯାଇଥିଲେ ଦେବେନ୍ଦ୍ର I ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଏହା ପରଠାରୁ ଆରମ୍ଭ ହୋଥିଲା କାହାଣୀ ର ଟ୍ଵିଷ୍ଟ ମୃତକ ଜଣଙ୍କ ପ୍ରଦୀପ ସାହୁ ବୋଲି ପୁଲିସ୍ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ ବୋଲି କହିଲେ। ଠିକ ସେହି ସମୟରେ ଆଉ ଜଣେ ମହିଳା ଆସି ପହଂଚି ଦାବି କଲେ ମୃତକ ହେଉଛନ୍ତି ପ୍ରକୃତରେ ପ୍ରଦୀପ ସାହୁ ,ଏବଂ ସେ ତାଙ୍କ ପତ୍ନୀ I ତେବେ ପୋଲିସ ପକ୍ଷରୁ ପ୍ରକୃତ ଘଟଣା ଅନୁସନ୍ଧାନ କରିବାରୁ ଜଣା ପଡିଥିଲା ଯେ ମୃତକ ହେଉଛନ୍ତି ଖୋର୍ଦ୍ଧା ଟାଙ୍କୀ ଭୁଣ୍ଡପୁର ବାଲିପାଟପୁର ଗାଁର ପ୍ରଦୀପ ସାହୁ। ସେ ସେଠାରେ ମନୋରମା ସାହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ସେ କାମ ଅନ୍ୱେଷଣରେ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ରହଣୀ ସମୟରେ ନିଜ ନାଁ ବଦଳାଇ ଦେଇଥିଲେ। ଅର୍ଥାତ ପ୍ରଦୀପ ସାହୁ ହୋଇଯାଇଥିଲେ ଦେବେନ୍ଦ୍ର ଚୌଧୁରୀ। ଏପରିକି ଦେବେନ୍ଦ୍ର ଚୌଧୁରୀଙ୍କ ନାଁରେ ଆଧାରକାର୍ଡ ମଧ୍ୟ ତିଆରି କରିଥିଲେ। ସେହି ନାଁରେ ସେ ବନିତା ଚୌଧୁରୀଙ୍କୁ ବିବାହ କରିଥିଲେ।
ବର୍ତ୍ତମାନ ପୁଲିସ୍ ମୃତଦେହ କାହାକୁ ଦେବ? ମୃତବ୍ୟକ୍ତିଙ୍କ ପ୍ରକୃତ ସ୍ତ୍ରୀ କିଏ? ଏପରି ଗୋଲକ ଧନ୍ଦା ଭିତରେ ପୁଲିସ ଫସିଥିବା ବେଳେ ନିଜର ସ୍ୱାମୀ ବୋଲି ଦାବି କରୁଥିବା ମନୋରମା ଓ ବନିତା ମେଡ଼ିକାଲ୍ ଆଗରେ ହାତାହାତି ହୋଇଥିଲେ। ଏପରିକି ମାଡ଼ ମରାମରି ହୋଇଥିଲେ। ଦୁଇ ମହିଳାଙ୍କ ଏହି ଲଢ଼େଇ ଦେଖି ପୁଲିସ କାହାରିକୁ ମୃତଦେହ ଦେଲାନାହିଁ। ଶେଷରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନକୁ ଆଣି ସତ୍କାର କରିଛି। ଏହି ସମୟରେ ଦୁଇ ମହିଳା ଉପସ୍ଥିତ ରହିଥିଲେ।