ଦଳବିରୋଧୀ କାର୍ଯ୍ୟ ଅଭିଯୋଗ ରେ ୧୨ ଜଣ ବିଜେପି ସଦସ୍ୟଙ୍କୁ ଦଳରୁ ବହିଷ୍କାର

ରାଜ୍ୟ ବିଜେପିର ୧୨ ଜଣ ସଦସ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳବିରୋଧୀ କାର୍ଯ୍ୟ କରୁଥିବା କାରଣରୁ ଏମାନଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ସୁନାବେଡ଼ା ପୌର ପରିଷଦ ମଣ୍ଡଳର ରାଜେନ୍ଦ୍ର କୁମାର ପାତ୍ର, ରାୟଗଡ଼ା ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ସୁଜାତା ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବି. ଗଙ୍ଗାଧର, ନବରଙ୍ଗପୁର ପୌର ପରିଷଦ ମଣ୍ଡଳର ମଳୟ ଜେନା, ନବରଙ୍ଗପୁର ମହିଳା ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦିକା ବବିତା ସାହୁ, ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ. ହିମାଂଶୁ ଷଡ଼ଙ୍ଗୀ, ସୁନ୍ଦରଗଡ଼ ଜିଲ୍ଲା ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ବୈକୁଣ୍ଠ ବାନଛର, ସୁନ୍ଦରଗଡ଼ ନଗର ମଣ୍ଡଳ ସଭାପତି ମହେଶ ତନ୍ତି, ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ପୂର୍ବତନ ମଣ୍ଡଳ ସଭାପତି ଅମରେଶ କେଡିଆ, ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ନିମାଇଁ ଚରଣ ତାଣ୍ଡି ରହିଛନ୍ତି ।