ନୂଆଦିଲ୍ଲୀ: ହ୍ବାଇଟହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ । ଭୀଷଣ କଥା କଟାକଟି । ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ । ଗଣମାଧ୍ୟମ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ତୀବ୍ର କଥା କଟାକଟି । ଡିଲ୍ କର, ନହେଲେ ୟୁକ୍ରେନ ହାତ ଛାଡ଼ି ଦେବୁ । ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନସ୍କିଙ୍କୁ ଦାୟୀ କରିଥିଲେ ଟ୍ରମ୍ପ । ଏହାସହିତ ଯୁକ୍ରେନ ତୃତୀୟ ବିଶ୍ବଯୁଦ୍ଧକୁ ଉସୁକାଉଛି ବୋଲି କହିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛି । ତୃତୀୟ ବିଶ୍ବଯୁଦ୍ଧ ପାଇଁ ଉସୁକାଉଛ ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ । ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସିଙ୍କୁ ଘେରିଥିଲେ । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ଜେଲେନସ୍କିଙ୍କୁ କହିଥିଲେ ନିଜ ଅଞ୍ଚଳର ସୁରକ୍ଷା ପାଇଁ କାହାରି ସହ ସାଲିସ କରିବୁ ନାହିଁ । ହ୍ବାଇଟ ହାଉସରେ ଗତକାଲି ଜେଲେନସ୍କିଙ୍କୁ ସ୍ବାଗତ କରିଥିଲେ ଟ୍ରମ୍ପ । ଉଭୟ ନେତା କରମର୍ଦ୍ଦନ କରିଥିଲେ । ତେବେ ଆଲୋଚନା ବେଳେ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଥିଲା । ରୁଷ ସହ ଯଦ୍ଧକୁ ନେଇ ଜେଲେନସ୍କି କିହିଛନ୍ତି, ରୁଷ ଆମର ଅଞ୍ଚଳ ଅକ୍ତିଆର କରି ରଖିଛି । ଏହା ନଫେରି ପାଇବା ଯାଏ ପୁଟିନଙ୍କ ସହ କୌଣସି ସାଲିସ କରାଯିବ ନାହିଁ । ଆମେ ଆମ ଦେଶରେ ରହିଛୁ । ସବୁବେଳେ ମଜଭୁତ ହୋଇ ରହିଆସିଛୁ । ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ ବୋଲି କହିଥିଲେ ଜେଲନସ୍କି । ଟ୍ରମ୍ପ କହିଛନ୍ତି, ରୁଷଠାରୁ ନିଜ ଅଞ୍ଚଳ ଫେରିପାଇବା ପାଇଁ ୟୁକ୍ରେନ ନିଜେ ଉଦ୍ୟମ କରିବା ଆବଶ୍ୟକ । ଏଥିରେ ଆମେରିକା କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସେ କହିଛନ୍ତି ।