ଟ୍ରକ ଧକ୍କାରେ ଯାତ୍ରୀବାହୀ ଅଟୋ ଚୁରମାର : ୫ ମୃତ

କାମାକ୍ଷାନଗର : ସକାଳୁ ସକାଳୁ ଶୁଣିବାକୁ ମିଳିଛି ଏକ ଦୁଖଦଃ ଖବର I ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଛି ଏକ କୋଇଲା ବୋଝେଇ ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ୫ ଜଣ ଅଟୋ ଯାତ୍ରୀଙ୍କର ଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାଙ୍ଗୁରା ଗାଁର ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ ,ଆଦିକନ୍ଧ ସାମଲ ,ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ନାବାଳକ ରହିଛନ୍ତି ।

ସୂଚନାନୁସାରେ ସୂଚନା ଅନୁସାରେ ଆଜି ଭୋର ସମୟରୁ ମହୁଲ ପେଡିବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଅଟୋଟି ପୂରା ଚୂରମାର ହୋଇଯାଇଛି। ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ମୁତୟନ କରାଯାଇଛି ।