ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮: ପ୍ରଦୀପ ଜେନା

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ହୋଇଥିବା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି । ମୃତ୍ୟୁୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ।  ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ସଚିବଙ୍କ ସୂଚନା । ଭୁବନେଶ୍ୱରକୁ ଆସିଥିଲା ମୋଟ ୧୯୩ଟି ମୃତଦେହ ଉଦ୍ଧାର ହୋଇଛନ୍ତି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା  ।

ଏନେଇ ବାଲେଶ୍ୱର ଜିଆରପି ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଗତକାଲି ରେଲୱେ ସେଫ୍ଟି କମିଶନର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ପିଏମ୍ ମୋଦି ଘଟଣାସ୍ଥଳ ପରିଦର୍ଶନ କରି କହିଥିଲେ, ଏଥିରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପିଏମ୍ ମୋଦିଙ୍କ ମନ୍ତବ୍ୟର ଠିକ୍ ଦିନକ ପରେ କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ, ରେଲୱେ ବୋର୍ଡ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ୍ କରିଛି । ଏବେ ତଦନ୍ତଭାର ସିବିଆଇ ଗ୍ରହଣ କରିଥିବା ବେଳେ କାହିଁକି ଦୁର୍ଘଟଣା ଘଟିଲା ? ଦୁର୍ଘଟଣା ପାଇଁ ଦାୟୀ କିଏ ? ଏସବୁ ପ୍ରଶ୍ନ ପଚାରୁଛନ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୭୮ ମୃତକଙ୍କ ସମ୍ପର୍କୀୟଙ୍କ ସହ ଦେଶବାସୀ ।