ମର୍ମନ୍ତୁଦ ସଡକ ଦୁର୍ଘଟଣା,ଗୋଟିଏ ପରିବାରର ୪ସଦସ୍ୟ ଙ୍କ ମୃତ୍ୟୁ

ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ବାପା-ମାଆ ଓ ଦୁଇ ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଞ୍ଚି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ରାଉରକେଲା ସିଭିଲ ଟାଉନସିପ୍‌ର ଯୁବ ବ୍ୟବସାୟୀ କହ୍ନେୟା ଜେନ୍‌ ନିଜ କାର୍‌ରେ ପଶ୍ଚିବମଙ୍ଗ ରାଣୀଗଞ୍ଜକୁ ଯାଇଥିଲେ। ଆଜି ସେଠାରୁ ଘରକୁ ଫେରୁଥିଲେ। ସାଙ୍ଗରେ ଥିଲେ ପତ୍ନୀ ରମା ଜେନ, ପୁଅ ରିଷଭ, ଝିଅ ନିଶିକା ଓ ପୁତୁରା-ଝିଆରୀ। ଗାଡ଼ି ଚଳାଉଥିଲେ ଡ୍ରାଇଭର। ତେବେ ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ କହ୍ନେୟାଙ୍କ ସମେତ ପତ୍ନୀ ରମା ଜେନ, ପୁଅ ରିଷଭ, ଝିଅ ନିଶିକାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ କହ୍ନେୟାଙ୍କ ପୁତୁରା, ଝିଆରୀ ଓ ଡ୍ରାଇଭର ଗୁରୁତର ହୋଇଥିଲେ। ଝାଡ଼ଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାଞ୍ଚି ମେଡିକାଲରେ ଭର୍ତ୍ତି କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Comments (0)
Add Comment