ମର୍ମନ୍ତୁଦ ବସ ଦୁର୍ଘଟଣା : ୫ ମୃତ ,୩୦ ଯାତ୍ରୀ ଆହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ନିକଟରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ହୋଇଛନ୍ତି I ସମସ୍ତ ଆହତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଘର ନବରଙ୍ଗପୁର ଓ ଭବାନୀପାଟଣାର ବୋଲି ସୂଚନା ମିଳିଛି।।
ଆଜି ଭୋରରୁ ‘ସଂଗୀତା’ ନାମ୍ନୀ ଏକ ଘରୋଇ ବସ ୪୦ ଜଣ ଶ୍ରମିକ ଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଅଭିମୁଖେ ଆସୁଥିଲା। ଏହି ସମୟରେ ବୋଡୁଗୁଡ଼ମ୍ ନିକଟରେ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ଆନ୍ଧ୍ର ପୁଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ୩ ଜଣ ଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଯାତ୍ରୀମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ବୋଡୁଗୁଡ଼ମ୍ ନିକଟରେ ଟ୍ରନିଂ ପଏଣ୍ଟ ଥିଲା। ବସ୍‌ଟି ଦ୍ରୁତ ଗତିରେ ଆସି ରେ ଟ୍ରନିଂ କାଟୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆନ୍ଧ୍ର ପୁଲିସ ଓ ପ୍ରାଶସନ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ବେଳେ ଓଡ଼ିଶା ପୁଲିସ ଓ ପ୍ରଶାସନ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି।