ସେବାୟତଙ୍କ ପାଇଁ ପାରମ୍ପରିକ ଡ୍ରେସ କୋର୍ଡ ବ୍ୟବସ୍ଥା

ଶ୍ରୀନ୍ଦିରର ଦର୍ଶନରେ ଯାଉଥିବା ବ୍ୟକ୍ତି ଓ ସେବାୟତ ଙ୍କ ଏଣିକି ଲାଗୁ ହେବ ଡ୍ରେସକୋର୍ଡ। ସେବାୟତ ଏଣିକି ପ୍ୟାଣ୍ଟ ସାର୍ଟରେ ଗର୍ଭଗୃହ ପୋଖରିଆ ଭିତରକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଜଣାପଡିଛି।
ଗତ ୧୧ ତାରିଖରେ ବସିଥିବା ଛତିଶାନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ଉପରେ ମୋହର ମାରିଛି ପ୍ରଶାସନ। ଏ ନେଇ ଗଣମାଧ୍ୟମକୁ ବିବୃତ୍ତି ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ୍ କୁମାର କହିଛନ୍ତି ଯେ, ଭିତରକାଠ ଠାରୁ ଭିତରକୁ ପ୍ରବେଶ କରିବାକୁ ହେଲେ ସେବାୟତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବାକୁ ପଡିବ। କୌଣସି ସେବାୟତ, ଜେଟିପି କିମ୍ବା ଚର୍ଚ୍ଚା ଦେଉଳ ଗର୍ଭଗୃହକୁ ପ୍ୟାଣ୍ଟ ସାର୍ଟ ପରିଧାନ କରି ଯାଇପାରିବେ ନାହିଁ। ବାହାରୁ ଆସୁଥିବା ବ୍ୟକ୍ତି ଅଯଥା ବିଭ୍ରାନ୍ତ ନ ହେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି Iଏପରି କରିବା ଦ୍ବାରା ସେବାୟତ ଓ ଅଣସେବାୟତ ଜଣାପଡିବେ Iଏଣୁ ସେବାୟତମାନେ ଏଣିକି ପାରମ୍ପରିକ ଡ୍ରେସ କୋର୍ଡରେ ଦେଉଳ ଭିତରକୁ ପ୍ରବେଶ କରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଅଗାମୀ ଦିନରେ ଏହି ବ୍ୟବସ୍ଥା ସାଧାରଣ ଭକ୍ତଙ୍କ ପାଇଁ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଆନ୍ଧ୍ରର ତିରୁପତି ଓ କେରଳର ପଦ୍ମନାଭ ସ୍ବାମୀ ମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋର୍ଡ ବ୍ୟବସ୍ଥା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ I

Comments (0)
Add Comment