ଆତଙ୍କବାଦୀ ଲିଙ୍କ ଅଭିଯୋଗ ରେ ଜାମ୍ମୁକାଶ୍ମୀର ଦୁଇ ପୋଲିସ ଅଧିକାରୀଙ୍କ ସହିତ ୬ କର୍ମଚାରୀ ବହିଷ୍କୃତ

ଜାମ୍ମୁକାଶ୍ମୀରରେ ୬ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କରେ ଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ୬ କର୍ମଚାରୀଙ୍କ ମଧ୍ୟରେ ଜାମ୍ମୁକାଶ୍ମୀର ପୋଲିସର ଦୁଇ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଭାରତୀୟ ପେନାଲ କୋଡ୍‌ ୩୧୧ (୨)(c) ଜରିଆରେ ଏମିତି ମାମଲା ସମ୍ପର୍କରେ ତଦନ୍ତ କରିବାକୁ କମିଟି ଗଠନ ହୋଇଥିଲା। ଭିଜିଲାନ୍ସ କ୍ଲିୟରାନ୍ସ ମିଳିବା ପରେ ସରକାରୀ କର୍ମଚାରୀଙ୍କୁ ଭିସା ମିଳିପାରିବ ବୋଲି ନିର୍ଦେଶ ଜାରି ହୋଇଥିଲା। ଏହା ପୂର୍ବରୁ ଜୁଲାଇରେ ୧୧ ଜଣ କର୍ମଚାରୀଙ୍କୁ ଚାକିରୀରୁ ବିହିଷ୍କାର କରାଯାଇଥିଲା।
ସେମାନଙ୍କ ମଧ୍ୟରେ ମୁଜାହିଦ୍ଦିନର କମାଣ୍ଡର ସୟଦ ସଲାହୁଦ୍ଦିନଙ୍କ ପୁଅ ସାମିଲ ଥିଲା। ଏହା ବ୍ୟତୀତ ପୋଲିସ ବିଭାଗର ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା। ସେମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ପାଇଁ ଓଭରଗ୍ରାଉଣ୍ଡ ଓ୍ବାର୍କରଙ୍କ ଭଳି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ସେଠାରେ ପୋଲିସ ବିଭାଗ ଉପରେ ସତର୍କ ଦୃଷ୍ଟି ରଖାଯାଇଛି I

Comments (0)
Add Comment